(ମୁମ୍ବାଇ) : ଖୁବଶୀଘ୍ର ଆସିବାକୁ ଯାଉଛି ନୂଆ ସୋ’ ‘ଶ୍ରୀମଦ୍ ରାମାୟଣ’। ୨୦୨୪ ଜାନୁଆରୀରେ ରିଲିଜ୍ ହେବାକୁ ଥିବା ଏହି ଟେଲିଭିଜନ୍ ସୋ’ ପୌରାଣିକ ମହାକାବ୍ୟ ରାମାୟଣର ସଦ୍ୟତମ ରୂପାନ୍ତର। ଅଗଷ୍ଟ ୧୪ ତାରିଖରେ ‘ଶ୍ରୀମଦ୍ ରାମାୟଣ’ର ଏହି ପ୍ରୋମୋକୁ ସୋନି ଟିଭି ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ (ହିନ୍ଦୀରେ) ‘ସଂସ୍କୃତିର ଗର୍ବ, ସଂସ୍କାରର ଶିଖର, ଭକ୍ତିର ମହାମନ୍ତ୍ର’ ଟ୍ୟାଗଲାଇନ୍ ଦେଇ ସେୟାର କରିଛି।
संस्कृति का गौरव, संस्कारों का शिखर, भक्ति का महामंत्र. श्रीराम की कथा #SrimadRamayan जल्द आ रही है, सिर्फ #SonyEntertainmentTelevision पर.#SrimadRamayanOnSonyTV pic.twitter.com/b1AYA2JR2p
— sonytv (@SonyTV) August 14, 2023
ସୂଚନାନୁଯାୟୀ , ଶ୍ରୀରାମଙ୍କ କାହାଣୀ ‘ଶ୍ରୀମଦ୍ ରାମାୟଣ’ କେବଳ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନରେ ଖୁବ୍ ଶୀଘ୍ର ଆସୁଛି ବୋଲି ଲେଖିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମେଗା ଧାରାବାହିକର କାଷ୍ଟ ଏବଂ ଅନ୍ୟାନ୍ୟ ତଥ୍ୟକୁ ପ୍ରକାଶ କରାଯାଇନାହିଁ।