ଓଡିଶା

ଅଚାନକ ଓଲଟି ପଡିଲା  ଟାଟା ଏସି , ୨୦ ଶ୍ରମିକ ଆହତ 

(ମୟୁରଭଞ୍ଜ) : ଅଚାନକ ଭାରସାମ୍ୟ ହରାଇ ଓଲଟିଲା ଟାଟା ଏସି । ଫଳରେ ୨୦ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ । ତୁରନ୍ତ ସମସ୍ତଙ୍କୁ କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଠାକୁରମୁଣ୍ଡା ବ୍ଲକ ଜଡିପଦା ଗାଁରେ ୩୦ରୁ ଅଧିକ ଶ୍ରମିକ ଟାଟା ଏସି ଯୋଗେ ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳକୁ ବିଲରେ ଧନ ରୋଇବାକୁ ଯାଉଥିଲେ । ହେଲେ ହଠାତ ହେଲେ ଦୁର୍ଘଟଣା ଶ୍ରମିକ ନେଇ ଯାଉଥିବା ମାଲବାହୀ ଟାଟା ଏସି ପିକ୍‌ଅପ୍‌ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଓଲଟି ପଡିଲା । ଆଉ ଯାହା ଫଳରେ ଗାଡିରେ ଥିବା ୨୦ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଠାକୁରମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

ପୂର୍ବତନ ବିଧାୟକ ଗୋପ ନାରାୟଣ ଦାସଙ୍କ ପରଲୋକ

mahabharatanews

ଶିକ୍ଷକଙ୍କୁ ଛାତ୍ର ମାଲିସ କରୁଥିବାର ଭିଡିଓ ଭାଇରାଲ୍

mahabharatanews

ଜରୁରୀ ସୂଚନା: ଶ୍ରୀମନ୍ଦିରରେ ଆଜି ରାତିରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

mahabharatanews