ଭାରତ

ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି

(ଦିଲ୍ଲୀ) : ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି । ଭାରତ ଅଧ୍ୟକ୍ଷତାରେ ଜାରି ରହିଥିବା ଜି-20 ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଆସନ୍ତା ମାସ ଅର୍ଥାତ୍ ସେପ୍ଟେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ୪ ଦିନିଆ ଭାରତ ଗସ୍ତରେ ଆସିବା ନେଇ ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଜାରି କରାଯାଇଛି ।

ସୂଚନା ଅନୁସାରେ, ହ୍ୱାଇଟ୍ ହାଉସ୍ ଜାତୀୟ ସୁରକ୍ଷା ପରାମର୍ଶଦାତା ଜେ.କେ ସୁଲିଭାନ ମଙ୍ଗଳବାର ଏକ ସଂକ୍ଷିପ୍ତ ବୈଠକରେ ଏହି ସୂଚନା ଦେଇଛନ୍ତି। ବାଇଡେନଙ୍କ ଗସ୍ତ ସମୟରେ ବିଶ୍ୱ ବ୍ୟାଙ୍କ ସମେତ ଡେଭଲପମେଣ୍ଟ ବିକାଶ ବ୍ୟାଙ୍କର ଦକ୍ଷତା ବୃଦ୍ଧି ଏବଂ ଆଧୁନିକୀରଣ ଉପରେ ଆଲୋଚନା ହେବା ସହ ଗରିବୀର ମୁକାବିଲା କରିବା ପାଇଁ ପଦକ୍ଷେପ ନିଆଯବ । ଏଥିରେ ସ୍ୱଚ୍ଛ ଶକ୍ତି, ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ଏବଂ ୟୁକ୍ରେନ ବିବାଦର ଅର୍ଥନୈତିକ ଏବଂ ସାମାଜିକ ପ୍ରଭାବକୁ ହ୍ରାସ କରିବା ଭଳି ପ୍ରସଙ୍ଗରେ ଆଲୋଚନା ହେବ ।

Related posts

ପାକିସ୍ତାନ ସେନା ଗୁଳିରେ ୨ ଯବାନ ଆହତ 

mahabharatanews

ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳରେ ଜିଲ୍ଲାରେ ରେକର୍ଡ ସୃଷ୍ଟି କଲା ସ୍କଲାର ଏକାଡେମୀ

mahabharatanews

ମାଣ୍ଡିଆ ଖାଇବେ ବଡ଼ ବଡ଼ ଶିଳ୍ପପତି

mahabharatanews