ଭାରତ

ଚନ୍ଦ୍ରଯାନ-୩; ବଦଳିଲା ରୋଭରର ପଥ

(ଦିଲ୍ଲୀ) : ଚନ୍ଦ୍ରଯାନ-୩ର ରୋଭର ପ୍ରଜ୍ଞାନ ବର୍ତ୍ତମାନ ଚନ୍ଦ୍ରର ଦକ୍ଷିଣମେରୁ ଅଞ୍ଚଳରେ ବୁଲି ବୁଲି ତଥ୍ୟ ସଂଗ୍ରହ କରୁଛି। ଏହି ଅଞ୍ଚଳ ଖାଲଖମା ହୋଇଥିବାରୁ ରୋଭର ପରି ଛଅ ଚକାବିଶିଷ୍ଟ ଛୋଟିଆ ଯନ୍ତ୍ର ତା’ ଭିତରେ ପଡ଼ିଗଲେ ଆଉ ଉଠି କାମ କରିବା କଷ୍ଟକର। ଚନ୍ଦ୍ରର ଗୋଟିଏ ଦିନ ବା ପୃଥିବୀର ୧୪ ଦିନର କାର୍ଯ୍ୟ ଅବଧି ଭିତରେ ତାକୁ ଏହିପରି ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଇସ୍ରୋ କହିଛି।

ସୂଚନାନୁଯାୟୀ , ରୋଭର ସାମ୍ନା କରିଥିବା ଗର୍ତ୍ତର ବ୍ୟାସ ୪ ମିଟର ହୋଇଥିବା ବେଳେ ଗଭୀରତା ୧୦୦ ମିଲିମିଟର। ଗତ ୨୭ ତାରିଖରେ ରୋଭର ପ୍ରଥମେ ଏହି ବାଧାର ସମ୍ମୁଖୀନ ହୋଇଥିଲା। ଗର୍ତ୍ତ ନିକଟକୁ ରୋଭର ଯିବାକୁ ମାତ୍ର ୩ ମିଟର ବାଟ ବାକି ଥିବାବେଳେ ଇସ୍ରୋର ବୈଜ୍ଞାନିକମାନେ ଏହା ଜାଣିପାରିଥିଲେ। ସେମାନେ ତୁରନ୍ତ ରୋଭରକୁ ଏହାର ଗତିପଥ ପରିବର୍ତ୍ତନ କରି ସୁରକ୍ଷିତ ପଥ ବାଛିବା ପାଇଁ କମାଣ୍ଡ ଦେଇଥିଲେ।

Related posts

ବର୍ଷା ଓ ଭୂସ୍ଖଳନ; ହିମାଚଳରେ ୭୧ ମୃତ

mahabharatanews

ତିନି ଦିନିଆ ଫ୍ରାନ୍ସ ଓ ୟୁଏଇ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

mahabharatanews

୫୫ ବର୍ଷ ବୟସରେ ପାଦ ଥାପିଛନ୍ତି ବଲିଉଡ ମେଗାଷ୍ଟାର ଅକ୍ଷୟ କୁମାର

mahabharatanews