ଓଡିଶା

 ଫକୀର ମୋହନ ବଡ଼ ମେଡିକାଲ କେମୋ ୱାର୍ଡରେ ନିଆଁ 

(ବାଲେଶ୍ଵର) : କେମୋ ୱାର୍ଡରେ ଅଚାନକ ଲାଗିଲା ନିଆଁ । ବାଲେଶ୍ୱର ଫକୀର ମୋହନ ବଡ଼ ମେଡିକାଲ କେମୋ ୱାର୍ଡରେ ନିଆଁ ଲାଗିଯାଇଛି | ଏସି ସର୍ଟସର୍କିଟରୁ ନିଆଁ ଲାଗିଥିବା ଜଣାଯାଇଛି। ଚିକିତ୍ସିତ ରୋଗୀ ଭୟରେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଖବର ପାଇ ତୁରନ୍ତ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିବା ସହ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ଆରମ୍ଭ କରିଛି। ତେବେ କୌଣସି କ୍ଷତି ହୋଇନାହିଁ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି ।

ସୂଚନାନୁଯାୟୀ,  ଆଜି ସକାଳେ ଏଫଏମ ମେଡିକାଲ କଲେଜର କେମୋ ୱାର୍ଡ ବାହାରେ ଲାଗିଥିବା ଏସି କମ୍ପ୍ରେସରରେ ନିଆଁ ଲାଗିଯାଇଥିଲା । ସର୍ଟସର୍କିଟରୁ ଏହି ନିଆଁ ଲାଗିଥିବା ପୋଡା ଗନ୍ଧ ହେବାରୁ ରୋଗୀମାନେ ତୁରନ୍ତ ବାହାରକୁ ଚାଲିଆସିଥିଲେ ।

Related posts

ଆଜି ପ୍ରବଳ ବର୍ଷା ସମ୍ଭାବନା:,୨୦ ଜିଲ୍ଲାକୁ  ୟେଲୋ ଓ୍ଵାର୍ଣ୍ଣିଂ ଜାରି 

mahabharatanews

ବର୍ଷା ଓ ଅନୁଭବ ବିବାହ ବିଚ୍ଛେଦ ମାମଲା

mahabharatanews

କରୋନାକୁ ନକ୍ ଡାଉନ ପାଇଁ ଲକ୍ ଡାଉନ୍: ସୁବ୍ରତ ବାଗଚୀ

mahabharatanews