ଓଡିଶା

ଜରୁରୀକାଳୀନ ଅବତରଣ କଲା ଭୁବନେଶ୍ୱର-ଦିଲ୍ଲୀ ବିମାନ 

(ଭୁବନେଶ୍ୱର) :  ମଝି ଆକାଶରୁ ବାହୁଡିପଡିଲା ଭୁବନେଶ୍ୱର-ଦିଲ୍ଲୀ ବିମାନ । ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ହଠାତ୍ ବିମାନଟି ଜରୁରୀକାଳୀନ ଅବତରଣ କରିଛି । ଆଜି ସକାଳ ୭ ଟା ୫୦ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଇଣ୍ଡିଗୋର ୬ଇ  ୨୦୬୫  ବିମାନ ଉଡ଼ାଣ ଭରିଥିଲା । ଉଡ଼ାଣ କରିବାର ୨୦ରୁ ୨୫ମିନିଟ୍‌ ଭିତରେ ‌ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଏଥିପାଇଁ ପାଇଲଟ୍ ବିମାନଟିକୁ ଭୁବନେଶ୍ୱର ବିମାନ ବନ୍ଦରକୁ ପୁଣି ଫେରାଇ ଆଣିଥିଲେ ।

ସୂଚନାନୁଯାୟୀ , ଏହାସହ ଯାତ୍ରୀମାନଙ୍କୁ ବିମାନରୁ ଉହ୍ଲାଇଯିବାକୁ କୁ଼ହାଯାଇଥିଲା । ବିମାନର ବାମ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ହୋଇଥିବା ସୂଚନା ଦେଇଥିଲେ ପାଇଲଟ୍ । ବିମାନଟି ଆଉ ଉଡ଼ାଣ କରିବ ନାହିଁ ବୋଲି ସୂଚନା ମିଳିଛି । ବିମାନରେ ପକ୍ଷୀମାଡ଼ ହେବାଯୋଗୁଁ ଏପରି ସମସ୍ୟା ଦେଖାଯାଇଥିବା ସୂଚନା ମିଳିଛି ।

Related posts

ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା, ଗଞ୍ଜାମ ଜିଲାରୁ ୫ 

mahabharatanews

ଚିକିତ୍ସାଧୀନ ଅବସ୍ଥାରେ  ସୁରବାବାଙ୍କ ମୃତ୍ୟୁ

mahabharatanews

୨୬ରେ ସୁଦ୍ଧା ଆଉ ଏକ ଲଘୁଚାପ

mahabharatanews