ଓଡିଶା

୨ ହାତୀଙ୍କ ମୃତ୍ୟୁ, ବନବିଭାଗ ଉପରେ ପ୍ରଶ୍ନବାଚୀ   

(ଅନୁଗୁଳ) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ମୃତ୍ୟ ସଂଖ୍ୟା । ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରୁ ଆଜି ୨ଟି ହାତୀଙ୍କ ଗଳିତ ମୃତଦେହକୁ ବନ ବିଭାଗ ଜବତ କରିଛି। ସେଥିରେ ଗୋଟିଏ ୧୫ବର୍ଷ ବୟସ୍କ ଦନ୍ତା ଥିବା ବେଳେ ଅନ୍ୟଟି ୫ ବର୍ଷର ଏକ ମାଈ ହାତୀ। ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀଦ୍ବୟଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଗତ ୧ କିମ୍ବା ୨ ତାରିଖ‌ରେ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି।

ସୂଚନାନୁଯାୟୀ ,ଏହି ଘଟଣାରେ ବିଦ୍ୟୁତ୍ ବିଭାଗ ଓ ବନ ବିଭାଗ ମିଳିତ ଭାବେ ତଦନ୍ତ କରୁଛନ୍ତି। ଅପରାହ୍‌ଣରେ ଏସ୍‌ଟିଏଫ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ବତନ୍ତ୍ର ଭାବେ ଘଟଣାର ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ ବିଦ୍ୟୁତ୍ ବିଭାଗ ପକ୍ଷରୁ ପୁରୁଣାକୋଟ୍‌ ଥାନାରେ ଅଭିଯୋଗ ହୋଇଛି। ଯାହାକୁ ନେଇ ବନବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Related posts

ବନ୍ଦରରେ ନିଯୁକ୍ତି ଲାଗି ଏଡିଏମଙ୍କୁ ସ୍ମାରକପତ୍ର

mahabharatanews

ନକଲି ଶିକ୍ଷକ ଗିରଫ

mahabharatanews

ମୃତ ଅବସ୍ଥାରେ ଶିଶୁ ପୁତ୍ର ଉଦ୍ଧାର

mahabharatanews