ଓଡିଶା

ବାଲୁକା କଳାରେ ଶ୍ରୀକୃଷ୍ଣ

(ପୁରୀ) : ବାଲୁକା କଳାରେ କଳାଶ୍ରୀମୁଖ ଶ୍ରୀକୃଷ୍ଣ ।  ପୁରୀ ବେଳାଭୂମିରେ ପବିତ୍ର ଜନ୍ମାଷ୍ଟମୀ ପାଇଁ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ଗଢିଲେ ବାଲୁକାକୃତି । ବାଲୁକାକଳାରେ ବ୍ରହ୍ମାଣ୍ଡର ଆକୃତି ମଧ୍ୟରେ ଏକ ଟୋକେଇରେ ବାଳୁତ କୃଷ୍ଣଙ୍କ ଶୟନ ମୁଦ୍ରାର ରଙ୍ଗୀନ ଚିତ୍ର ଆଙ୍କିଛନ୍ତି ସୁଦର୍ଶନ ପଟ୍ଟନାୟକ ।

ସୂଚନାନୁଯାୟୀ ,  ପ୍ରାୟ ୧୫ ଟନ ବାଲିରେ ୧୦ ଫୁଟ ଉଚ୍ଚ ଓ ୮ଫୁଟ ଲମ୍ବର ଏହି କଳାଟିକୁ ଗଢି ତୋଳିଛନ୍ତି ସୁଦର୍ଶନ । ଏହି କଳାକୃତି ଦେଖି ସମସ୍ତେ ଆତ୍ମ ବିଭୋର ହୋଇ ଯାଇଛନ୍ତି ।  ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ସନ୍ଧ୍ୟାଧୂପ ଶେଷ ହେବାପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ। ଶ୍ରୀଜଗନ୍ନାଥ ସଂସ୍କୃତି ଅନୁଯାୟୀ, ମହାପ୍ରଭୁ ପରଂବ୍ରହ୍ମ ହୋଇଥିବାରୁ ଜନ୍ମାଷ୍ଟମୀ ପୂର୍ବଦିନ ସେ ହିଁ ଦେବକୀ ଭାବେ ଗର୍ଭକଷ୍ଟ ଭୋଗୁଥିବା ପରିକଳ୍ପନା କରାଯାଏ ।

Related posts

ବରିଷ୍ଠ ନେତା ରଘୁନାଥ ମହାନ୍ତି ଙ୍କ ୧୦ ମ ଶ୍ରାଦ୍ଧ ବାର୍ଷିକୀ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ପରିସରରେ ଭକ୍ତି ଶ୍ରଦ୍ଧାଞ୍ଜଳୀ।

mahabharatanews

ପଟିଆଲା କୋର୍ଟ ବର୍ଷାଙ୍କୁ କଲେ ନୋଟିସ

mahabharatanews

ଆଜି ଶ୍ରାବଣର ପ୍ରଥମ ସୋମବାର, ଶୈବ ପୀଠରେ କାଉଡିଆଙ୍କ ଭିଡ

mahabharatanews