ଓଡିଶା

୨୦ରେ ଗଣପର୍ବ ନୂଆଁଖାଇ 

(ସମ୍ବଲପୁର) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ ପାଇଁ ଗୁରୁବାର ଦିନ ଲଗ୍ନ ନିର୍ଦ୍ଧାରିତ ହୋଇଛି। ସମ୍ବଲପୁର ସହରର ବ୍ରହ୍ମପୁର ମନ୍ଦିର ଟ୍ରଷ୍ଟ ଏହି ଘୋଷଣା କରିଛି । ପଣ୍ଡିତ ମହାସଭାରେ ନିର୍ଦ୍ଧାରିତ ଅନୁସାରେ ଆସନ୍ତା ୨୦ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଂଚମୀ ତିଥିରେ ବିଛା ଲଗ୍ନରେ ସକାଳରୁ ୧୦ଟା ୨୭ ଲଗ୍ନରେ ସକାଳ ୧୦ଟା୪୨ ଟ ମଧ୍ୟରେ ଶୁଭ ଲଗ୍ନ ଭିତରେ ଲଗ୍ନ ନିର୍ଦ୍ଧାରଣ ହୋଇଛି। ଏହି ସମୟ ଭିତରେ ପଶ୍ଚିମ ଓଡିଶାର ଇଷ୍ଟଦେବୀ ମା’ ସମଲେଶ୍ବରୀଙ୍କଠାରେ ନବାନ୍ନ ଲାଗି କରାଯିବ। ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ।

 

ସୂଚନାନୁଯାୟୀ,  ପ୍ରଥମେ ବିଦ୍ବାନ, ପଣ୍ଡିତ ପହଂଚିଲା ପରେ ବିଷ୍ଣୁ ସହସ୍ର ନାମ ପାଠ କରିଥିଲେ । ଏହା ପରେ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଗଣନା କରି ଏହି ଲଗ୍ନ ନିର୍ଦ୍ଧାରଣ ହୋଇଥିଲା। ପଣ୍ଡିତ ମଣ୍ଡଳୀ ପାଂଜି ଦେଖିବା ପରେ ଲଗ୍ନ ନିର୍ଦ୍ଧାରଣ ହୋଇଥିଲା। ସେହି ଲଗ୍ନ ପତ୍ରକୁ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ସଦସ୍ୟ ଓ ମନ୍ଦିର ପୂଜକ ଯାଇ ମାଁ ସମଲେଶ୍ବରୀଙ୍କଠାରେ ଲଗ୍ନପତ୍ର ପ୍ରଦାନ କରିବେ।

Related posts

ଗୃହରକ୍ଷୀଙ୍କ ପାଇଁ ଖୁସି ଖବର, ବଢିଲା ଡ୍ୟୁଟି ଭତ୍ତା

mahabharatanews

ନେତାଜୀ ସଂଗ୍ରହାଳୟ ବୁଲିଲେ ରାଷ୍ଟ୍ରପତି

mahabharatanews

ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ଛତ୍ରପୁର ପୋଲିସ ବାରାକ ପରିଦର୍ଶନ

mahabharatanews