ମନୋରଞ୍ଜନ

କାଲିଫର୍ଣ୍ଣିଆରେ ଠୁମକା ଲଗାଇଲେ ମାଧୁରୀ

(ମୁମ୍ବାଇ) : ଠୁମକା ଲଗାଇଲେ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ତାଙ୍କ ରେନେସାଁ ଟୁର୍‌ରେ କାଲିଫର୍ଣ୍ଣିଆ ଯାଇଥିବା ବେଳେ ସେଠାରେ ସଂଗୀତଜ୍ଞ ବେୟୋନ୍ସଙ୍କ କନସର୍ଟରେ ଭାଗ ନେଇଥିଲେ। ତେବେ ସେ ଏକୁଟିଆ ନୁହଁ, ତାଙ୍କ ସହ ସ୍ବାମୀ ଡ ଶ୍ରୀରାମ ନେନେ ଓ ଜଣେ ସାଙ୍ଗ ବି ଯାଇଥିଲେ। ସେଠାରେ ସାଙ୍ଗ ସହ ମାଧୁରୀ ମନଖୁସିରେ ନାଚିଥିଲେ।  ମାଧୁରୀ ତାଙ୍କ ମୁଣ୍ଡର କେଶକୁ ପଛପଟେ ଖୋସା କରି ବାନ୍ଧି ଏକ ଧଳା ଟପ୍ ଓ କଳା ଜ୍ୟାକେଟ୍‌ରେ ଶୋଭା ପାଉଥିଲେ।

ଶନିବାର କାଲିଫର୍ଣ୍ଣିଆ ଷ୍ଟାଡିୟମ୍‌ରୁ ସ୍ବାମୀଙ୍କ ସହ ଏକ ସେଲ୍‌ଫି ସେୟାର କରି ଲେଖିଛନ୍ତି ‘କିଏ ବିଶ୍ବରେ ରାଜ୍ କରୁଛନ୍ତି, ଝିଅମାନେ’। କ୍ବିନ ବେ ଆମ ଯାତ୍ରାର ମୁଖ୍ୟାଂଶ। ଆମ ସହ ଆପଣଙ୍କ ମ୍ୟାଜିକ୍ ସେୟାର କରିଥିବାରୁ ବେୟୋନ୍ସଙ୍କୁ ଧନ୍ୟବାଦ। ଏହାକୁ ସମ୍ଭବ କରିଥିବାରୁ ଅଞ୍ଜଳି ରାଭାଲଙ୍କୁ ମଧ୍ୟ ଧନ୍ୟବାଦ। ମଞ୍ଚ ଉପରୁ ବେୟୋନ୍ସଙ୍କ ଏକ ସୁପର-ଜୁମ୍ ଫଟୋ ମଧ୍ୟ ସେ ସେୟାର କରିଥିଲେ।

Related posts

ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ଗୁରୁବାର ସକାଳେ ପରଲୋକ ଘଟିଛି

mahabharatanews

କରୋଲିନା ବାଏଲସ୍କା ଜିତିଲେ ‘ମିସ୍ ୱାର୍ଲ୍ଡ ୨୦୨୧’ ଟାଇଟଲ୍

mahabharatanews

ନଗ୍ନ ଫଟୋସୁଟ୍‌ କଲେ ନକୁଲ ମେହେତା

mahabharatanews