ଓଡିଶା

କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କୁ ଲୁକ୍ ଆଉଟ୍ ନୋଟିସ୍ ଜାରି

(କଟକ) :   କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କୁ ଲୁକ୍ ଆଉଟ୍ ନୋଟିସ୍ । କମିଶନରେଟ ପୋଲିସ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି । ସୌରୀନଙ୍କୁ ଖୋଜିବାକୁ ପୋଲିସ ଟିମ କୋଲକାତା ଯାଇଥିଲା । ହେଲେ ପୋଲିସ ଟିମ୍ ସୌରୀନଙ୍କୁ ନ ପାଇ ଖାଲି ହାତରେ ଫେରିଥିଲା । କୋଲକାତାର ତିନୋଟି ସ୍ଥାନରେ ସୌରୀନଙ୍କୁ ଖୋଜିବାକୁ ପୋଲିସ ପ୍ରୟାସ କରିଥିବାବେଳେ ସଫଳ ହୋଇନଥିଲା ।

ସୂଚନାନୁଯାୟୀ ,  ଜୁନ ୨୬ରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ସୌରିନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ । ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ପାଇବା ପରେ‌ ସୌରୀନ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହୋଇଥିଲେ । ତେବେ ଅଗଷ୍ଟ ୨୬ରେ ପୁଣି ହାଇକୋର୍ଟ ଆଗୁଆ ଜାମିନ ଆବେଦନର ଶୁଣାଣି ଶେଷ ହୋଇଥିଲା । ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସୌରିନଙ୍କ ଆବେଦନର ଶୁଣାଣି ସମୟରେ ସରକାରଙ୍କ ତରଫରୁ କେସ୍ ଡାଏରି ଦାଖଲ କରାଯିବା ସହିତ ତଦନ୍ତର ସାନି ସ୍ଥିତି ନେଇ ଅବଗତ କରାଯାଇଥିଲା । ଏଥି ସହିତ ସିଆରପିସିର ଧାରା ୧୬୪ରେ ରେକର୍ଡ କରାଯାଇଥିବା ପୀଡିତାଙ୍କ ବୟାନର କପି ହାଇକୋର୍ଟରେ ଦାଖଲ କରାଯାଇଥିଲା । ତଦନ୍ତ ସମୟରେ ସୌରିନ ପୋଲିସ ନିକଟରେ ହାଜର ହୋଇଥିବା ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା । ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଅଗଷ୍ଟ ୩୦ରେ ନିଜ ରାୟରେ ଜାମିନ ଆବେଦନକୁ ଖାରଜ କରିଥିଲେ । ଏହାପରେ ତାଙ୍କୁ ଖୋଜିବାକୁ ପୋଲିସ ଟିମ କୋଲକାତା ଯାଇଥିଲା । କିନ୍ତୁ ତାଙ୍କୁ ପାଇନଥିଲେ ।

Related posts

ଆଜି ଶ୍ରୀଜୀଉମାନଙ୍କର ପଇତା ଲାଗି ନୀତି: ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

mahabharatanews

ଷ୍ଟେସନରେ ଖୋଲିବ ସ୍କ୍ରିନିଂ ଡେସ୍କ

mahabharatanews

ମଦ୍ୟପାନ କରି ଗାଡି ଚଳାଇବା ପଡିବ ମହଙ୍ଗା ; ପୋଲିସ ଅଧିକାରୀଙ୍କ ସହ ପରିବହନ ବିଭାଗ କର୍ମଚାରୀ କରିବେ ସ୍ୱତନ୍ତ୍ର ଯାଞ୍ଚ

mahabharatanews