ଓଡିଶା

ଲୋକାର୍ପିତ ହେଲା ବହୁପ୍ରତୀକ୍ଷିତ ନେତାଜୀ ବସ୍ ଟର୍ମିନାଲ୍ 

(ଭୁବନେଶ୍ୱର) : ଉଦ୍ଦେଶ୍ୟରେ ଲୋକାର୍ପିତ ହେଲା ବହୁପ୍ରତୀକ୍ଷିତ ନେତାଜୀ ବସ୍ ଟର୍ମିନାଲ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲର ଉଦଘାଟନ କରିଛନ୍ତି । ଏହା ପୂର୍ବରୁ ସେ ବସ୍‌ ଟର୍ମିନାଲ ବୁଲି ଦେଖିଛନ୍ତି ।

ସୂଚନାନୁଯାୟୀ , ନେତାଜୀ ବସ ଟର୍ମିନାଲରୁ ପ୍ରଥମେ ପୁରୀ, ନବରଙ୍ଗପୁର ଓ ରାୟଗଡାକୁ ଯାତ୍ରୀବାହୀ ବସ୍‌ ଗଡ଼ିଛି । କଟକର ଖାନ୍‌ନଗରରେ ନିର୍ମାଣ ହୋଇଛି ଏହି ଅତ୍ୟାଧୁନିକ ନେତାଜୀ ବସ ଟର୍ମିନାଲ । ବସ ଟର୍ମିନାଲରେ ଅନେକ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ୧୫ ଏକର ପରିମିତ ଜମି ଉପରେ ତିଆରି କରାଯାଇଥିବା ଏହି ବସ ଟର୍ମିନାଲରେ ଖର୍ଚ୍ଚ ହୋଇଛି ୯୦ .୨  କୋଟି ଟଙ୍କା । ଏଠାରେ ୧୯୨ ଟି ବସର ରହଣି ଓ ଯାତାୟାତ ସାଙ୍ଗକୁ ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷାଳୟ, ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ହାଇଜେନିକ ଷ୍ଟଲ୍, ପୁରୁଷ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟିକେଟ କାଉଣ୍ଟରର ସୁବିଧା ରହିଛି ।

Related posts

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର

mahabharatanews

ଦେବସ୍ନାନ ପୂର୍ଣ୍ଣିମା: ୧୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

mahabharatanews

ଆରମ୍ଭ ହେଲା ବିଜୁ ଛାତ୍ର ଜନତା ଦଳର କର୍ମୀ ସମ୍ମିଳନୀ

mahabharatanews