ମନୋରଞ୍ଜନ

ଦିଶା ଓ ରାହୁଲଙ୍କ ଘରେ ନୂଆ ଅତିଥି

 (ମୁମ୍ବାଇ) : ବାପା,ମା ବନିଛନ୍ତି ଦିଶା ପରମାର ଏବଂ ରାହୁଲ ବୈଦ୍ୟ । ନିକଟରେ ଦୁହେଁ ବାପା ଓ ମା’ ହୋଇଛନ୍ତି । ଦିଶା ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିବା ସୂଚନା ମିଲିଛି । ରାହୁଲ ଏହି ଖୁସି ଖବରର ପୋଷ୍ଟକୁ ଏକ କ୍ୟୁଟ୍‌ ଶିଶୁ ହାତୀର କାର୍ଟୁନ ସହିତ  ସେୟାର କରିଛନ୍ତି । ଏହି ଖବର ପାଇବା ପରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ଦିଶା ଓ ରାହୁଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଯେଉଁଥିରେ ଲେଖା ହେଇଛି ‘ଇଟ୍ସ ଏ ବେବି ଗାର୍ଲ’ । ଏହା ସହିତ ସେ କ୍ୟାପସନ୍‌ରେ ଲେଖିଛନ୍ତି ଯେ, ‘ଦିଶା ଓ ମୋର ଏକ ଶିଶୁ କନ୍ୟା ପ୍ରାପ୍ତ ହୋଇଛି। ଉଭୟ ମା’ ଏବଂ ଶିଶୁ ସୁସ୍ଥ ଅଛନ୍ତି। ଆମେ ଆମର ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ, ଯିଏ ଗର୍ଭଧାରଣରୁ ଜନ୍ମ ପର୍ଯ୍ୟନ୍ତ ମା’ ଏବଂ ଶିଶୁଙ୍କ ଯତ୍ନ ନେଇଥିଲେ । ଶିଶୁ କନ୍ୟାକୁ ଆଶୀର୍ବାଦ କରନ୍ତୁ। ସେ ଯେମିତି ଭଳମଣିଷଟେ ହେଉ।’

Related posts

ରଶ୍ମିକା-ବିଜୟ ପୁଣି ହେଲା ପ୍ୟାଚ୍ଅପ୍

mahabharatanews

ଆଖି ବୁଜିଲେ ଆୟୁଷ୍ମାନ ଖୁରାନାଙ୍କ ବାପା,ଆଜି ଅନ୍ତିମସଂସ୍କାର

mahabharatanews

ସାମ୍ନାକୁ ଆସିଲା ଅକ୍ଷୟ କୁମାରଙ୍କ ‘ଓଏମ୍‌ଜି ୨’ର ନୂଆ ପୋଷ୍ଟର୍‌

mahabharatanews