ଓଡିଶା

ଖୋଲିଲା ଆଉ ୧୦ଟି ଗେଟ 

(ହୀରାକୁଦ) :  ଲଗାଣ ବର୍ଷା ହେତୁ ବଢୁଛି ହୀରାକୁଦ ଜଳସ୍ତର । ଏହା ପରେ ଖୋଲିଛି ଆଉ ୧୦ଟି ଗେଟ୍ । ମୋଟ ୧୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଗତକାଲି ଅପରାହ୍ନରେ ୬ଟି ଗେଟ୍ ଖୋଲାଯାଇଥିଲା । ବାମ ପାର୍ଶର 4 ଟି ଓ ଡାହାଣ ପାର୍ଶ୍ୱର 2 ଗେଟ ଦେଇ ବର୍ଷା ଜଳ ନିଷ୍କାସନ ହେଉଥିଲା ।

ସୂଚନାନୁଯାୟୀ, ଉପର ମୁଣ୍ଡାରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତର ବଢିବାକୁ ଲାଗିଛି । ଏହା ପରେ ଡ୍ୟାମର ଗେଟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ହୀରାକୁଦ ଜଳଭଣ୍ଡାରକୁ ୧ଲକ୍ଷ ୫୮ହଜାର ୮୯୨ କ୍ୟୁସେକ ଜଳ ପ୍ରବେଶ କରୁଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ଥର ୬୨୯ .୧୦ଫୁଟ ରହିଛି । ଅକ୍ଟୋବର ପ୍ରଥମ ସପ୍ତାହରେ ଏହା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ଲଘୁଚାପର ରୂପ ନେଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିପାରେ ।

Related posts

ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର

mahabharatanews

ଗର୍ଭବତୀଙ୍କୁ ଖଟିଆରେ ୩୦ କିମି ବୋହିଲେ ଡାକ୍ତର

mahabharatanews

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଦ୍ୱାରା ପ୍ଲାଜମା ଥେରାପିର ଶୁଭାରମ୍ଭ

mahabharatanews