ମନୋରଞ୍ଜନ

ସରିଲା ପରି-ରାଘବଙ୍କ ବିବାହ 

(ମୁମ୍ବାଇ) : ହାତକୁ ଦି ହାତ ହେଲେ ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍‌ ସାଂସଦ ରାଘବ ଚଢ଼ା । ରବିବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଜସ୍ଥାନ ଉଦୟପୁରର ହୋଟେଲ ଲୀଳା ପ୍ୟାଲେସର ଉଭୟଙ୍କ ବାହାଘର ଧୁମ୍‌ଧାମ୍‌ରେ ହୋଇଛି। ସେମାନେ ବାହା ହେବା ପରେ ଏବେ ବିବାହ ପରର ଫଟୋ ‌ସବୁ ଭାଇରାଲ୍‌ ହେବାରେ ଲାଗିଛି।

ସୂଚନାନୁଯାୟୀ , ଦୁହେଁ କ୍ରିମ୍‌ କଲର୍‌ର ପୋଷାକ ପିନ୍ଧି ବେଶ୍‌ ଆକର୍ଷଣୀୟ ଦିଶିଛନ୍ତି। ମନିଷ ମଲହୋତ୍ରା ଡିଜାଇନ୍‌ କରିଥିବା ପୋଷାକକୁ ପିନ୍ଧୀ ଏକଦମ ପଞ୍ଜାବୀ ଲୁକ୍‌ରେ ନଜର ଆସିଛନ୍ତି। ଦୁହିଙ୍କ ଫଟୋ ଦେଖିଲେ ଆପଣ ସେମାନଙ୍କ ଚେହେରାର ଖୁସିକୁ ଅନୁଭବ କରିପାରିବେ।

Related posts

ପରଲୋକରେ ଅଭିନେତା ମାର୍କ ମାଙ୍ଗୋଲିସ

mahabharatanews

ୱାହିଦା ରେହମାନଙ୍କୁ ଦାଦା ସାହେବ ଫାଲ୍‌କେ ପୁରସ୍କାର

mahabharatanews

ଆସୁଛି ଲୋକପ୍ରିୟ ଟିଭି ଶୋ ଶାର୍କ ଟ୍ୟାଙ୍କ ଇଣ୍ଡିଆର ତୃତୀୟ ସିଜିନ

mahabharatanews