ଓଡିଶା

ସୁକିନ୍ଦା ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ। ଏହି ଶୁଣାଣିରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଲୋକମାନେ ନିଜ ନିଜର ସମସ୍ୟା ଓ ଅଭିଯୋଗ ଉପସ୍ଥାପନ କରିଥିଲେ। ମୋଟ ୬୬ଟି ଅଭିଯୋଗ ଗ୍ରହଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଜନସାଧାରଣ ନିଜ ନିଜର ବିଭିନ୍ନ ସମସ୍ୟା ଓ ଅଭିଯୋଗ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଉପସ୍ଥାପନ କରିଥିଲେ।ଲୋକମାନଙ୍କ ଅଭିଯୋଗ ଶୁଣିବା ସହ ସମସ୍ୟାଗୁଡ଼ିକର ସମାଧାନ ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ।

ଅନ୍ୟପକ୍ଷରେ, ଆଜିର ଏହି ଜନ ଅଭିଯୋଗ ଶୁଣାଣିରେ ମୋଟ ୬୬ଟି ଆପତ୍ତି ଓ ଅଭିଯୋଗ ଗ୍ରହଣ କରାଯାଇଥିବା ନେଇ ଜିଲ୍ଲାପାଳ ଅମ୍ବର କୁମାର କର ସୂଚନା ଦେଇଛନ୍ତି। ଏହି ଶୁଣାଣି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ଏବଂ ଯାଜପୁର ଆରକ୍ଷୀ ଅଧୀକ୍ଷକ ୟଶ ପ୍ରତାପ ଶ୍ରୀମଲ,ସୁକିନ୍ଦା ବିଡିଓ ପ୍ରଜ୍ଞା ପାରମିତା ପୃଷ୍ଟି, ବ୍ଲକ ଅଧ୍ୟକ୍ଷ ଦିବ୍ୟ ରଞ୍ଜନ ବରାଳ, ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ, ଯାଜପୁର ଉପଜିଲ୍ଲାପାଳ ସପନ କୁମାର ନନ୍ଦ ଏବଂ ସୁକିନ୍ଦା ଥାନା ଅଧିକାରୀ ରମାକାନ୍ତ ମୁଦୁଲିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଜନସାଧାରଣଙ୍କ ସମସ୍ୟାର ସମାଧାନ ଓ ଅଭିଯୋଗର ତ୍ୱରିତ ଶୁଣାଣି ଦିଗରେ ଏଭଳି କାର୍ଯ୍ୟକ୍ରମ ଗୁରୁତ୍ୱ ବହନ କରୁଛି। ତେବେ ସୁକିନ୍ଦା ବ୍ଲକରେ ଆୟୋଜିତ ଏହି ମିଳିତ ଜନ ଅଭିଯୋଗ ଶୁଣାଣିରେ ୬୬ଟି ଅଭିଯୋଗ ଗ୍ରହଣ କରାଯାଇଥିବାବେଳେ, ଏହାର ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

Related posts

ଲଗାଣ ବର୍ଷାରେ ବେହାଲ ଚିକେନ ଓ ମଟନ ମାର୍କେଟ…

mahabharatanews

ରାହୁଲଙ୍କୁ ସ୍ୱାମୀ ଚକ୍ରପାଣିଙ୍କ କଟାକ୍ଷ

mahabharatanews

ଅଭିନେତା ସବ୍ୟସାଚୀଙ୍କୁ ବାଲୁକାକଳାରେ ପ୍ରଶଂସା

mahabharatanews