ମନୋରଞ୍ଜନ

୬୦୦ କୋଟି ଟଙ୍କା ଆୟ କଲା ଫିଲ୍ମ‘ଯବାନ’

(ମୁମ୍ବାଇ) : ସୁପର୍‌ଷ୍ଟାର୍‌ ଶାହରୁଖ ଖାନଙ୍କ ଫିଲ୍ମ ‘ଯବାନ’୨୫ ଦିନରେ ବକ୍ସ ଅଫିସରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି  ‘ଯବାନ’ ୬୦୦ କୋଟି ଟଙ୍କା ଆୟ କରିଥିବା ପ୍ରଥମ ବଲିଉଡ ଚଳଚ୍ଚିତ୍ର ହୋଇପାରିଛି।  ‘୧ରେ ୧ଟିକେଟ୍ ମାଗଣା’ ଅଫର ଏହି ଚଳଚ୍ଚିତ୍ର ପାଇଁ ଏକ ଲକି ପ୍ରମାଣିତ ହୋଇଛି।

ସୂଚନାନୁଯାୟୀ , ଚତୁର୍ଥ ସପ୍ତାହ ଶେଷରେ ‘ଯବାନ’ ଦେଶରେ ୧୭.୩ କୋଟି ଟଙ୍କା ସଂଗ୍ରହ କରିଛି। ୨୫ ଦିନ ମଧ୍ୟରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ସମେତ ଚଳଚ୍ଚିତ୍ରର ମୋଟ ସଂଗ୍ରହ ବର୍ତ୍ତମାନ ୬୦୪.୨୫ କୋଟି ଟଙ୍କା ବୋଲି ସୂଚନା ମିଳିଛି ।  ଗୁରୁବାର ଦିନ ‘ଫୁକ୍‌ରେ ୩’ ଏବଂ ‘ଭ୍ୟାକ୍ସିନ୍ ୱାର୍‌’ ରିଲିଜ୍ ହେବା ମାତ୍ରେ ‘ଯବାନ’ର ନିର୍ମାତା ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ‘୧ରେ ୧ଟିକେଟ୍ ମାଗଣା’ ଅଫର ପ୍ରଦାନ କରିଥିଲେ। ଏହି କାରଣରୁ, ପ୍ରେକ୍ଷାଳୟରେ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଗୁରୁବାରଠାରୁ ଫିଲ୍ମର ରୋଜଗାର ମଧ୍ୟ ୨୩% ବୃଦ୍ଧି ପାଇଛି।

Related posts

ଡ଼ିସେମ୍ବର ୨୪ତାରିଖରୁ ଆରମ୍ଭ ହେବ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା

mahabharatanews

‘କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ କୌଣସି ଫ୍ୟାଶନ ଶୋ’ ନୁହେଁ’ : ବିବେକ ଅଗ୍ନିହୋତ୍ରୀ

mahabharatanews

 ‘ବିଶ୍ୱମ୍ବରୀ ସ୍ତୁତି’ରେ ନୃତ୍ୟ ପରିବେଷଣ କରି ଚର୍ଚାରେ ନିତା ଅମ୍ବାନୀ

mahabharatanews