ମନୋରଞ୍ଜନ

ଆହତ ହେଲେ ଭାଇଜାନ

(ମୁମ୍ବାଇ) :  ବଲିଉଡ ସୁପରଷ୍ଟାର ସଲମାନ ଖାନ ଏବେ ତାଙ୍କ ନୂଆ ଚଳଚ୍ଚିତ୍ର ‘ଟାଇଗର-୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ତେବେ ଏହି ଫିଲ୍ମର ସୁଟିଂ ଚାଲିଥିବା ବେଳେ ସଲମାନ ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି। ସଲମାନ ଖାନ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫିଲ୍ମ ‘ଟାଇଗର-୩’ ସେଟରୁ ତାଙ୍କର ଏକ ନୂଆ ଫଟୋ ସେୟାର କରିଛନ୍ତି ।ଫଟୋରେ ତାଙ୍କ ଚେହେରା ଦୃଶ୍ୟମାନ ହେଉନାହିଁ, କିନ୍ତୁ ତାଙ୍କ ବାମ କାନ୍ଧରେ ଯନ୍ତ୍ରଣାର ଉପଶମ ପାଇଁ ପ୍ୟାଚ୍ ଲାଗିଥିବା ଦେଖାଯାଇଛି। ତାଙ୍କ କାନ୍ଧରେ କିପରି ଆଘାତ ଲାଗିଲା ତାହା ସଲମାନ କ୍ୟାପସନରେ କହିଛନ୍ତି। ସେ ଲେଖିଛନ୍ତି, ‘‘ଯେତେବେଳେ ତୁମକୁ ଲାଗେ ଯେ ତୁମେ ତୁମ କାନ୍ଧରେ ଦୁନିଆର ଭାର ଉଠାଇଛ, ସେତେବେଳେ କାନ୍ଧ କହେ ଦୁନିଆକୁ ଛାଡ, ମୋତେ ପାଞ୍ଚ କିଲୋର ଡମ୍ବଲ ଉଠାଇ ଦେଖାଅ। ଟାଇଗର ଆହତ ହୋଇଛି। #ଟାଇଗର-୩।’’

ସୂଚନାନୁଯାୟୀ , ‘କିସି କା ଭାଇ କିସି କି ଜାନ’ ଫ୍ଲପ ହେବା ପରେ ‘ଟାଇଗର-୩’କୁ ନେଇ ଆଶାବାଦୀ ଅଛନ୍ତି ସଲମାନ।  ଫଟୋରେ ସଲମାନ ଖାନଙ୍କ ଏହି ଅବସ୍ଥା ଦେଖି ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।

 

Related posts

ଆଜି ହେବ ଡ୍ରାମା କୁଇନଙ୍କ ଆବେଦନର ଶୁଣାଣି

mahabharatanews

ପତ୍ନୀଙ୍କଠାରୁ ଅଲଗା ହେଲେ ବଲିଉଡ ରାପର ହନି ସିଂ

mahabharatanews

ଜୁଲାଇରେ ବିବାହ କରିବେ ବିଗ୍ ବସ୍ ୧୬ର ଫେମ୍ ଅବଦୁ ରୋଜିକ୍

mahabharatanews