ଓଡିଶା

ରାଷ୍ଟ୍ରୀୟ ମାର୍ଯ୍ୟାଦାରେ ହେବ ସରୋଜ ଦାସଙ୍କ ଶେଷକୃତ୍ୟ

(ଭୁବନେଶ୍ୱର) : ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲା ସହିଦ ସରୋଜ ଦାସଙ୍କ ପାର୍ଥିବ ଶରୀର । ସିକ୍କିମର ପ୍ରଳୟଙ୍କରୀ ବନ୍ୟାରେ ଭାସି ଯାଇଥିଲେ ଓଡ଼ିଆ ଯବାନ । ବିମାନବନ୍ଦରରେ ପହଞ୍ଚିବା ପରେ ସହିଦ ସରୋଜ ଦାସଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି ।

ସୂଚନାନୁଯାୟୀ ,  ପୈତୃକ ଗାଁ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢ଼ିପ ଗାଁକୁ ନିଆଯିବ ପାର୍ଥିବ ଶରୀର । ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଦିଆଯିବା ପରେ ରାଷ୍ଟ୍ରୀୟ ମାର୍ଯ୍ୟାଦା ସହ ସମ୍ପନ୍ନ ହେବ ଶେଷକୃତ୍ୟ । ଗତକାଲି ସହିଦ ସରୋଜଙ୍କ ପାର୍ଥିବ ଶରୀର ଓଡ଼ିଶାର ଆସିବାର ଥିଲା । କୌଣସି କାରଣବଶତଃ ଆସିପାରି ନଥିଲା । ଆଜି ସହିଦ ସରୋଜଙ୍କ ପାର୍ଥିବ ଶରୀର ଅପରାହ୍ନ ୧ .୪୫ ମିନିଟରେ ଭୁବନେଶ୍ୱର ପହଞ୍ଚିଛି।

Related posts

୮ରେ ବାତ୍ୟା : ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ଷ୍ଟକ ମାର୍କେଟ ନାଁରେ ଠକି ନେଇଗଲେ ୧୦ କୋଟି

mahabharatanews

ରାଜ୍ୟରେ କରୋନା  ସଂକ୍ରମଣ ବଢିଛି ;  ୨୬୦ ଜଣ କରୋନା  ପଜିଟିଭ ଚିହ୍ନଟ

mahabharatanews