ଓଡିଶା

ବର୍ଷେ ଜେଲ ଦଣ୍ଡ ସହିତ ଜରିମାନା ଏବଂ ପୀଡିତାଙ୍କୁ ଆର୍ଥିକ ସହାୟତା   

ଚିଲିକା (ଦିବ୍ୟକାନ୍ତ ବେହେରା) : ଦୁଇ ଗୋଷ୍ଟୀଙ୍କ ମଧ୍ୟରେ ଝଗଡାକୁ ନେଇ ପୃଥକ ପୃଥକ ମାମଲାରେ ଅଭିଯୁକ୍ତଙ୍କୁ ଜେଲ ଦଣ୍ଡାଦେଶ ସହ  ଆର୍ଥିକ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି  ମାନ୍ୟବର ଚିଲିକା ଜେ.ଏମ୍.ଏଫ୍.ସି କୋର୍ଟ l ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସିଙ୍ଗିପୁର ଗ୍ରାମର ଉତରାୟଣୀ  ମନ୍ଦିର ପ୍ରାଙ୍ଗଣର ମିଟିଙ୍ଗରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଥିଲା l ଏନେଇ ଉଭୟ ଗୋଷ୍ଟୀ ପକ୍ଷରୁ ଚିଲିକା କୋର୍ଟରେ  ମକଦ୍ଦମା ଜାରୀ ରହିଥିଲେ  l ଏ ସମ୍ପର୍କରେ ଜିଆର କେସ ନମ୍ବର ୩୧୩/୨୧ ଅନୁଯାୟୀ ଆଇ.ପି. ସି.ଧରା ୩୪୧/୩୨୩/୩୪ରେ ଅଭିଯୁକ୍ତଙ୍କୁ ଏକ ବର୍ଷ  କାରା ଦଣ୍ଡାଦେଶ ହୋଇଥିଲା l  ୩୨୩/୩୪ ଆଇ.ପି.ସି  ଧାରାରେ  ପୀଡିତାଙ୍କୁ କ୍ଷତି ପୂରଣ ବାବଦରେ ଦଶହଜାର ଟଙ୍କା ଲେଖାଏଁ ପ୍ରତ୍ୟେକ ଅଭିଯୁକ୍ତ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି l ଏହି ମାମଲାର ଅଭିଯୁକ୍ତ ମାନେ ହେଲେ ହରମୋହନ ଦାସ , ରାକେଶ ଦାସ ,କାର୍ତ୍ତିକ ଦାସ , ଭବାନୀ ଦାସ ଏବଂ ନାରାୟଣ ଦାସ l

ସେହିପରି ଆଉ ଏକ ଜିଆର କେସ ନମ୍ବର ୩୧୨/୨୧ ଅନୁଯାୟୀ ଧାରା ୩୨୩/୩୪ ଆଇପିସିରେ ପ୍ରତ୍ୟେକ ଅଭିଯୁକ୍ତ ଏକହଜାର ଟଙ୍କା ଲେଖାଏଁ ଜରିମାନା ଦେବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି l  ଉକ୍ତ ମାମଲାର ଅଭିଯୁକ୍ତ ମାନେ ହେଲେ ବାବୁଲା ମାର୍ଥା, କାବୁ ମାର୍ଥା, ବାଦଲ ମାର୍ଥା, ଫାଦଲା ମାର୍ଥା ଏବଂ ନୀଳକଣ୍ଠ ବେହେରା l ତେବେ ସାକ୍ଷ ପ୍ରମାଣକୁ ଆଧାର କରି  ଚିଲିକା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ବିଚାରପତି  ବିକାଶ ଗୋଏଲ  ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି l ଏହି ପରିପ୍ରେକ୍ଷୀରେ ସରକାରଙ୍କ ତରଫରୁ କ୍ୟାଡର ଏସିପି କୈଳାଶ ଚନ୍ଦ୍ର ନାଥ ବଳିଷ୍ଠ ଯୁକ୍ତି ଉପସ୍ଥାପନା କରି ମୋକଦ୍ଦମା ପରିଚାଳନା କରିଥିବା ବେଳେ ଦୁଇ ଗୋଷ୍ଟୀ ଅଭିଯୁକ୍ତଙ୍କ ପକ୍ଷରୁ କ୍ରମାନ୍ୱୟରେ ଗୋଟିଏ ପକ୍ଷର ଆଇନିଜୀବି ଅଖିଳ କୁମାର ଦାସ ଏବଂ ଅନ୍ୟ ପକ୍ଷର ବରିଷ୍ଠ ଆଇନିଜୀବି ନକୁଳ ନାୟକ ମକଦ୍ଦମା ପରିଚାଳନା କରିଥିଲେ।

 

Related posts

ଦାଣ୍ଡ ମଝିରେ ମହିଳାକୁ ଆକ୍ରମଣ କଲେ ପୋଲିସ ବାବୁ : ଅଳ୍ପକେ ବର୍ତିଗଲେ ମହିଳା

mahabharatanews

ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

mahabharatanews

ବ୍ରହ୍ମପୁରା ଫାର୍ମହାଉସର ଉନ୍ନତିକରଣ ପାଇଁ ବଡମ୍ବା ବିଧାୟକଙ୍କ ସମୀକ୍ଷା

mahabharatanews