ମନୋରଞ୍ଜନ

ଶିଳ୍ପାଙ୍କଠାରୁ ଅଲଗା ହେଲେ ସ୍ୱାମୀ ରାଜ କୁନ୍ଦ୍ରା

(ମୁମ୍ବାଇ) : ପତ୍ନୀ ଶିଳ୍ପାଙ୍କଠାରୁ ଅଲଗା ହୋଇ ଯାଇଛନ୍ତି ସ୍ୱାମୀ ରାଜ କୁନ୍ଦ୍ରା । ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଙ୍କ ପାଇଁ ୨୦୨୧ ମସିହା ସେତେ ଭଲ ନଥିଲା। ‘ଆଡଲ୍ଟ ଫିଲ୍ମ ସ୍କାଣ୍ଡାଲ’ ମାମଲାରେ ରାଜ ଜେଲ ଯାଇଥିବାବେଳେ ସେତେବେଳେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏବେ ଏକ ଏକ୍ସ ପୋଷ୍ଟ୍‌ କରି ଚର୍ଚ୍ଚାରେ ରହିଛନ୍ତି ରାଜ୍‌।

ସୂଚନାନୁଯାୟୀ , ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ‘ୟୁଟି ୬୯’ ରେ ଅଭିନୟ ଆରମ୍ଭ କରିବାକୁ ଯାଉଛନ୍ତି। ନିକଟରେ ତାଙ୍କ ଫିଲ୍ମର ଟ୍ରେଲର ମଧ୍ୟ ଲଞ୍ଚ୍‌ ହୋଇଥିଲା।  ନଭେମ୍ବର ୨ ତାରିଖରେ ଏହି ଚଳଚ୍ଚିତ୍ରଟି ରୁପେଲୀ ପରଦାରେ ଦେଖିବାକୁ ମିଳିବ। ଏହାରି ମଧ୍ୟରେ ଜଣେ ବ୍ୟବସାୟୀ ରାଜ କୁନ୍ଦ୍ରା ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ୍‌ କରିଛନ୍ତି ଯେ ‘‘ଆମେ ଅଲଗା ହୋଇଯାଇଛୁ। ଏହି କଠିନ ସମୟରେ ଆମକୁ ସମୟ ଦେବାକୁ ଆମେ ଆପଣମାନଙ୍କୁ ଅନୁରୋଧ କରୁଛୁ।’’ ତାଙ୍କ ପୋଷ୍ଟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଅନେକ ଏହାକୁ ଏକ ପ୍ରମୋସନାଲ କୌଶଳ ବୋଲି କହୁଛନ୍ତି।

 

 

Related posts

ପରଲୋକରେ ଲୋକପ୍ରିୟ ଅଭିନେତା  ଦୀନେଶ

mahabharatanews

 ‘Ae Watan Mere Watan’ର ଟ୍ରେଲର ରିଲିଜ୍

mahabharatanews

ସରିଲା ପରି-ରାଘବଙ୍କ ବିବାହ 

mahabharatanews