ମନୋରଞ୍ଜନ

 ଅନିଲ କପୁରଙ୍କ ସମସ୍ତ ପୋଷ୍ଟ ଏବଂ ଫଟୋ ଡିଲିଟ

(ମୁମ୍ବାଇ) : ବଲିଉଡ ଅଭିନେତା ଅନିଲ କପୁର ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହୁଥିବା ଏହି ଅଭିନେତା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟର ସମସ୍ତ ପୋଷ୍ଟ ଏବଂ ଫଟୋ ଡିଲିଟ କରିଦେଇଛନ୍ତି । ତେବେ ଅଭିନେତା ନିଜେ ଏହି ସମସ୍ତ ପୋଷ୍ଟ ଡିଲିଟ କରିଛନ୍ତି ନା ତାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

ସୂଚନାନୁଯାୟୀ,  ପ୍ରାୟତଃ ଅଭିନେତା ନିଜ ଫଟୋ ଏବଂ ଜିମ୍ ଭିଡିଓ ପ୍ରଶଂସକଙ୍କ ସହିତ ସେୟାର କରିଥାନ୍ତି କିନ୍ତୁ ବର୍ତ୍ତମାନ ତାଙ୍କ ଆକାଉଣ୍ଟରୁ ସମସ୍ତ ଭିଡିଓ ଏବଂ ଚିତ୍ର ଡିଲିଟ୍ ହୋଇଯାଇଛି ଯାହା ପରେ ଫ୍ୟାନ୍ସଙ୍କ ସମେତ ଅଭିନେତାଙ୍କ ଝିଅ ସୋନମ କପୁର ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ଅଭିନେତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲର ସ୍କ୍ରିନସଟ ସେୟାର କରି ସୋନମ କପୁର ଲେଖିଛନ୍ତି, ‘ବାପା !! ??’

Related posts

ଅତ୍ୟଧିକ ଡାଏଟ୍ ହେତୁ ଆଖି ବୁଜିଲେ ନିର୍ଦ୍ଦେଶକ ବିଜୟଙ୍କ ପତ୍ନୀ 

mahabharatanews

ଭଗବାନ ରାମଙ୍କ ପରେ  ବିଟ୍ଠଲଙ୍କ ଭୂମିକାରେ ନଜର ଆସିବେ ଅରୁଣ ଗୋଭିଲ

mahabharatanews

ଫିଲ୍ମ‘ଦ ଲିଜେଣ୍ଡ’ର ଟ୍ରେଲର୍‌ ରିଲିଜ,ନିଜ ଲୁକରେ ଘାଇଲା କଲେ ଉର୍ବଶୀ

mahabharatanews