ଓଡିଶା

 ପୁଣି ଗଡ଼ିବ ଘରୋଇ ବସ୍ , ଧର୍ମଘଟ ସ୍ଥଗିତ 

(ଭୁବନେଶ୍ୱର) : ପୁଣି ଗଡ଼ିବ ଘରୋଇ ବସ୍ । ଧର୍ମଘଟ ସ୍ଥଗିତ ରଖିଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଏ ନେଇ ବସ୍ ମାଲିକ ସଂଘ ପକ୍ଷରୁ ପ୍ରେସ୍ ମିଟ୍ କରି ସୂଚନା ଦିଆଯାଇଛି । ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ଆଲୋଚନା ପରେ ୩୧ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ରହିଛି । ବସ୍ ମାଲିକ ସଂଘ ଏ ନେଇ ଘୋଷଣା କରିଛି ।

ସୂଚନାନୁଯାୟୀ , ୨୬ ତାରିଖରେ ବସିବ ଉଚ୍ଚସ୍ତରୀୟ ବୈଠକ । ନଭେମ୍ବର ୧ରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ବସ୍ ଧର୍ମଘଟ ଯୋଗୁଁ ଯାତ୍ରୀମାନେ ଅସୁବିଧା ଭୋଗିଥିବାରୁ କ୍ଷମା ମାଗିଲା ବସ ମାଲିକ ସଂଘ । ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଡାକରା ଦିଆଯାଇଥିଲା ଧର୍ମଘଟ । ଆଜିଠୁ ଘରୋଇ ବସ ସଂଘ ଧର୍ମଘଟ ଡାକରା ଦେଇଥିଲା । ଫଳରେ ଅନେକ ଯାତ୍ରୀ ହନ୍ତସନ୍ତ ହୋଇଥିଲେ ।

Related posts

ନବୀନଙ୍କ ଉତ୍ତରାଧିକାରୀ ନେଇ ବଡ କଥା କହିଲେ ସମ୍ବିତ ରାଉତରାୟ ।

mahabharatanews

ହୋଟେଲ୍ ଛାତରୁ ଖସି ପଡ଼ି ଯୁବକଙ୍କ ମୃତ୍ୟୁ

mahabharatanews

ନିଶ୍ଚିତକୋଇଲିରେ ଆୟୋଜିତ ହୋଇଛି ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା  

mahabharatanews