ଭାରତ

ନଦୀକୁ ଖସିଲା ବୋଲେରୋ , ପିଲାଙ୍କ ସମେତ ୫ମୃତ

ଦଶହରାରେ ବଡ ଅଘଟଣ । ଝାଡଖଣ୍ଡ ଦେଓଘର ଚିତରା ଥାନା ଅନ୍ତର୍ଗତ ଅଜୟ ବଜାରରେ ବୋଲେରୋ ନଦୀକୁ ଖସିପଡିବାରୁ ପରିବାରର ୫ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଉଦ୍ଧାର କରିବା କାର୍ଯ୍ୟରେ ଲାଗିଥିଲେ ।

ଖବର ମୁତାବକ , ଗୋଟିଏ ପରିବାରର ସମସ୍ତ ସଦସ୍ୟ ବୋଲେରୋରେ ଆସନସୋଲରୁ ଗିରିଡିହ ଯାଉଥିଲେ । ରାସ୍ତାରେ ସିକଟିୟା ପାଖରେ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇ ଅଜୟ ବରାଜରେ ଖସିପଡିଥିଲା । ଏଥିରେ ଥିବା ଦୁଇ ପିଲାଙ୍କ ସମେତ ୫ ଜଣ ପାଣିରେ ବୁଡିଯିବାରୁ ମୃତ୍ୟୁ ହୋଇଛି । ଜଣେ ବ୍ୟକ୍ତି ନିଜ ଜୀବନକୁ ରକ୍ଷା କରିପାରିଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ସହାୟତା କରିବା ପାଇଁ ଚାଲିଆସିଥିଲେ । ଆଉ ଗାଡି ଭିତରୁ ଏମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କ ରିଥିଲେ । କିନ୍ତୁ ସେତେବେଳକୁ ୫ ଜଣଙ୍କର ମୃତ୍ୟୁ ହୋଇସାରିଥିଲା ।

Related posts

କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଅଶାନ୍ତ ଦିଲ୍ଲୀ

mahabharatanews

ବୁଲା କୁକୁର ଆକ୍ରମଣରେ ଓ୍ଵାଘ ବକରୀ ଚା’ ସିଇଓଙ୍କ ପରଲୋକ

mahabharatanews

ମୋବାଇଲ ବଢ଼ାଉଛି ଗମ୍ଭୀର ରୋଗ

mahabharatanews