ଓଡିଶା

ଟ୍ରେନ୍ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ 

(ଭୁବନେଶ୍ୱର) : ଗତକାଲି ରାତିରେ ହୋଇଥଇବା ଟ୍ରେନ୍ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖପ୍ରକାଶ କରିଛନ୍ତି । ତେବେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ନବୀନ ପଟ୍ଟନାୟକ । ଏହାସହ ଦୁର୍ଘଟଣାରେ ଗୁରୁତର ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ତୁରନ୍ତ ସହାୟତା ପାଇଁ ଏସଆରସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚାନନୁଯାୟୀ , କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲାପାଳଙ୍କୁ ମଧ୍ୟ ସହାୟତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରବିବାର ରାତିରେ ବିଜୟନଗର କଣ୍ଟାକାପଲ୍ଲୀ ନିକଟରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ସିଗନାଲ ଅପେକ୍ଷାରେ ଥିବା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନକୁ ପଛପଟୁ ଧକ୍କା ଦେଇଥିଲା ପଲାସା ଏକ୍କପ୍ରେସ୍ । ତେବେ ଆନ୍ଧ୍ର ପ୍ରଦେଶର ଆଲମାଣ୍ତା ଓ କଣ୍ଟାକାପ୍ଲୀ ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ରେ ଲୋକୋ ପାଇଲଟ, ଗାର୍ଡଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣାକୁ ନେଇ ପୂର୍ବତଟ ରେଲୱେର CPRO କହିଛନ୍ତି, ସିଗନାଲ ଓଭରସୁଟିଂରୁ ଦୁର୍ଘଟଣା ହୋଇଥାଇପାରେ । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାର ତଦନ୍ତ କରାଯିବ ।

Related posts

ମାର୍ଚ୍ଚ ୩୧ ସୁଦ୍ଧା ଖଣି ନିଲାମ କାର୍ଯ୍ୟ ଶେଷ ହେବ

mahabharatanews

ପିପିଲି ଉପନିର୍ବାଚନ ନିମନ୍ତେ ନୋଡାଲ ଅଧିକାରୀଙ୍କ ବୈଠକ

mahabharatanews

ବେଦବ୍ୟାସରେ ୫ଟି ସଚିବ ଭିକେ ପାଣ୍ଡିଆନ କଲେ ମନ୍ଦିରରେ ପୂଜାର୍ଚ୍ଚନା

mahabharatanews