ଓଡିଶାବିଶେଷ

ବଦଳିଛି ସହର, ବଦଳିଛି ପରିବେଶ । ୭୫ ବର୍ଷରେ ପାଦ ଥାପିଛି ଏକାମ୍ରକ୍ଷେତ୍ର ।

ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ୭୫ ବର୍ଷରେ ପାଦ ଥାପିଛି ଏକାମ୍ରକ୍ଷେତ୍ର । ଟେମ୍ପଲ ସିଟିରୁ ସ୍ମାର୍ଟ ସିଟିର ଏ ଲମ୍ବା ଯାତ୍ରା ଭିତରେ ବଢିଛି ସହରର କାୟା । ଆଉ ବଦଳିଛି ପରିବେଶ । ସବୁଜ ବଳୟରୁ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି ରାଜଧାନୀ । ଦେଶର ସ୍ପୋର୍ଟସ୍ ହବ ସହ ପୂର୍ବ ଭାରତର ଶିକ୍ଷା କେନ୍ଦ୍ର ପାଲଟିଛି ଭୁବନେଶ୍ୱର । ଏହାରି ଭିତରେ ରାଜଧାନିର ଚେହେରା ବଦଳିଛି ନୂଆ ପରିଚୟ ବି ମିଳିଛି । ରାସ୍ତାଘାଟଠୁ ନେଇ ଆଲୋକୀକରଣ, ଲୋକଙ୍କ ଜୀବନଶୈଳୀ ସବୁକିଛି ବଦଳିଛି । ଏ ୭୫ ବର୍ଷ ମଧ୍ୟରେ ଐତିହ୍ୟ ସହର ଭାବେ ପରିଚିତ ଭୁବନେଶ୍ୱର ରେ ବଦଳିଛି ଅନେକ କିଛି । ରାଜଧାନୀ ତା ଛାତି ଉପରେ ସହିଛି ଅନେକ ଯନ୍ତ୍ରଣା । କିନ୍ତୁ ତଥାପି କାହାକୁ ସେ କରିନି ପର ।

ଓଡିଆ ହେଉ କି ଅଣଓଡିଆ ସମସ୍ତଙ୍କୁ ତା ଛାତିରେ ଜାବୁଡି ରଖିଛି ସ୍ମାର୍ଟ ସିଟି । ତେବେ ୧୯୪୮ ଏପ୍ରିଲ ୧୩ ତାରିଖରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁ ଓଡ଼ିଶାବାସୀଙ୍କୁ ଭେଟି ଦେଇଥିଲେ ନୂଆ ରାଜଧାନୀ । ୩ଟି ରାଜଶ୍ୱ ଗ୍ରାମ ଏବଂ ୧୫ ହଜାର ଲୋକଙ୍କୁ ନେଇ ରାଜଧାନୀ ପ୍ରତିଷ୍ଠା ହୋଇଥିଲା । କାଳକ୍ରମେ ଲୋକସଂଖ୍ୟା ବୃଦ୍ଧି ହେବା ସହ ଭିତ୍ତିଭୂମିର ବିକାଶ ହୋଇଛି। ରାଜଧାନୀରେ ଆଇଟି ହବ ହୋଇଛି। ବଡବଡ ଅଟ୍ଟାଳିକା ଛିଡା ହୋଇଛି। ରାଜଧାନୀ ଭୁବନେଶ୍ବର ବିଶ୍ବସ୍ତରୀୟ ସହରରେ ପରିଣତ ହୋଇଛି ।

Related posts

ଆସନ୍ତା ୨୪ ଘଣ୍ଟା ଅତି ପ୍ରବଳ ବର୍ଷା; ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 

mahabharatanews

ରାଉରକେଲା ଷ୍ଟିଲ ପ୍ଲାଣ୍ଟର ୪ ସିଆଇଏସଏଫ ଯବାନ ନିଲମ୍ବିତ

mahabharatanews

ହାଇଦ୍ରାବାଦ ଏନକାଉଣ୍ଟର ହିରୋ

mahabharatanews

Leave a Comment