(ମୁମ୍ବାଇ) : ଆଜି ବଲିଉଡର ବାଦଶାହା କିଙ୍ଗ ଖାନାଙ୍କ ଜନ୍ମଦିନ । ସେ ୫୮ ତମ ଜନ୍ମ ଦିନ ପାଳନ କରୁଛନ୍ତି । ତେବେ ୨ ନଭେମ୍ବର ୧୯୬୫ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଶାହାରୁଖ । ତାଙ୍କର ଅପୂର୍ବ ଅଭିନୟ ଏବଂ ସୁପରହିଟ୍ ଚଳଚ୍ଚିତ୍ର ଯୋଗୁ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟର ବାଦଶାହା ସାଜିଛନ୍ତି ଶାହାରୁଖ । ବଲିଉଡର ବାଦଶାହାଙ୍କର ସାରା ବିଶ୍ୱରେ କୋଟି କୋଟି ପ୍ରଶଂସକ ଅଛନ୍ତି
ସୂଚନାନୁଯାୟୀ , ପ୍ରତ୍ୟେକ ଥର ପରି, ଏଥର ମଧ୍ୟ ବଲିଉଡର ବାଦଶାହାଙ୍କୁ ଶୁଭେଚ୍ଚା ଜଣାଇବା ପାଇଁ ହଜାର ହଜାର ପ୍ରଶଂସକ ମମ୍ମତ ସମ୍ମୁଖରେ ଏକତ୍ରିକ ହୋଇଥିଲେ । ଅଭିନେତା ମଧ୍ୟ ନିଜ ଫ୍ୟାନ୍ସଙ୍କୁ ନିରାଶ କରିନଥିଲେ । ବିଳମ୍ବିତ ରାତିରେ ଘର ଛାତ ଉପରକୁ ଆସି ସେ ପ୍ରଶଂସଙ୍କୁ ଶୁଭେଚ୍ଛା ଗ୍ରହଣ କରିଥିଲେ ଏବଂ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏପରିକି ଅନେକ ବଡ଼ ବଡ଼ ପୋଷ୍ଟର ମଧ୍ୟ ଦର୍ଶକଙ୍କ ହାତରେ ଦେଖିବା ପାଇଁ ମିଳିଥିଲା ।
