ଭାରତ

ଇଡିରେ ହାଜର ହେବେ ନାହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

(ଦିଲ୍ଲୀ) : ଦିଲ୍ଲୀ ମଦ ଦୁର୍ନୀତି ମାମଲା । ଆଜି ଇଡିରେ ହାଜର ହେବେ ନାହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଜି ଦିନ ୧୧ଟାରେ ହାଜର ହୋଇ ନିଜ ବିବୃତ୍ତି ରଖିବା ନେଇ ଇଡି ପକ୍ଷରୁ ସମନ ପଠାଯାଇଥିଲା । ହେଲେ କେଜ୍ରିୱାଲ କହିଛନ୍ତି ଯେ ପଚରାଉଚରା ପାଇଁ ପଠାଯାଇଥିବା ବିଜ୍ଞପ୍ତି ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ସେ କହିଛନ୍ତି ଯେ ବିଜେପିର ନିର୍ଦ୍ଦେଶରେ ଏହି ନୋଟିସ ପଠାଯାଇଛି। ତୁରନ୍ତ ନୋଟିସ ପ୍ରତ୍ୟାହାର କରାଯିବା ଉଚିତ୍।
 ସେ ଆହୁରି କହିଛନ୍ତି ଯେ, ‘ବିଜେପି କହିବା ଦ୍ୱାରା ଏହି ନୋଟିସ୍ ପଠାଯାଇଛି । ମୁଁ ଯେପରି ୪ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରଚାର ନ କରିପାରେ ସେଥିପାଇଁ ଏହି ନୋଟିସ୍ ପଠାଯାଇଛି । ତୁରନ୍ତ ନୋଟିସ ପ୍ରତ୍ୟାହାର କରାଯିବା ଉଚିତ୍।’ ସୂଚନାଅନୁସାରେ, କେଜ୍ରିୱାଲ ଆଜି ଏକ ବିରାଟ ରାଲି କରି ଇଡି ଅଫିସକୁ ଯିବେ । ହାଜର ହେବା ପୂର୍ବରୁ ସେ ଦଳର ନେତାମାନଙ୍କ ସହ ଆଲୋଚନା କରିବେ । କେଜ୍ରିୱାଲଙ୍କୁ ଗତ ୩୦ ତାରିଖରେ ସମନ୍ ଜାରି କରିଥିଲା ଇଡି ଯାହା ପରେ ନିଜ ଓକିଲଙ୍କ ଜରିଆରେ ହାଜର ହେବା ପାଇଁ ଅଧିକ ସମୟ ମାଗିଥିଲେ କେଜ୍ରିୱାଲ୍ ହେଲେ ତାଙ୍କୁ ଅଧିକ ସମୟ ମିଳୁଛି ନା ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Related posts

ମୁହଁ ଖୋଲିଲେ ରାଜ କୁନ୍ଦ୍ର, କହିଲେ ଅସଲି କାହାଣୀ ଜାଣିନାହାଁନ୍ତି ଚୁପ ରୁହନ୍ତୁ

mahabharatanews

ଆସନ୍ତାକାଲି ଲଞ୍ଚ ହେବ  ଚନ୍ଦ୍ରଯାନ-୩

mahabharatanews

ଅଚାନକ ଭୁଶୁଡିଗଲା ଇନଡୋର ଷ୍ଟାଡିୟମ

mahabharatanews