ଓଡିଶାମନୋରଞ୍ଜନ

ଟୁଟୁ ନାୟକଙ୍କୁ ମିଳିଲା ଜାମିନ

(ଭୁବନେଶ୍ୱର) : ଟୁଟୁ ଓରଫ୍ ସଞ୍ଜୟ ନାୟକଙ୍କୁ ମିଳିଲା ଜାମିନ ।  ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ପ୍ରଯୋଜକ ଆଜି ଜାମିନ ମିଳିଛି । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ଜାମିନ ଦିଆଯାଇଛି ।

ସୂଚନାନୁଯାୟୀ , ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା, ଅସଦାଚରଣ କରିବା ପ୍ରଯୋଜକ ଟୁଟୁ ଓରଫ୍ ସଞ୍ଜୟ ନାୟକଙ୍କୁ ଖାରବେଳନଗର ଥାନା ପୁଲିସ ଗିରଫ କରି ଗତ ଶନିବାର କୋର୍ଟ ଚାଲାଣ କରିଥିଲା। ଏହାପରେ କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଗତ ଶନିବାର ଜାମିନ ଆବେଦନ ଶୁଣାଣିକୁ କୋର୍ଟ ସଂରକ୍ଷିତ ରଖିଥିଲେ । ଆଉ ଆଜି ଭୁବନେଶ୍ବର ଏସଡିଜେଏମ୍ କୋର୍ଟ ଟୁଟୁଙ୍କୁ ଜାମିନ ଦେଇଛନ୍ତି ।  ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ନେଇ ଖାରବେଳନଗର ଥାନାରେ ମାମଲା ହୋଇଥିଲା ଆଉ ଘଟଣାର ତଦନ୍ତ କରି ଟୁଟୁଙ୍କୁ ଖାରବେଳନଗର ଥାନା ପୁଲିସ ଗିରଫ କରିଥିଲା  ।

Related posts

ପକ୍କା ଘର କେଳେଙ୍କାରୀ,ହାତେଇଛନ୍ତି ସରକାରୀ ଯୋଜନା

mahabharatanews

ପ୍ରଭୁ ସହ ମିଳନ: ଆଉ ମାତ୍ର ୪୮ ଦିନ    

mahabharatanews

ଏବେ ରୁପା ଦର ହୁ ହୁ ହୋଇ ବଢ଼ୁଛି

mahabharatanews