ଓଡିଶା

 ଧୁଆଁମୟ ଦୀପାବଳି ପାଳିଲେ ଟ୍ୱିନ୍ ସିଟିବାସୀ 

(ଭୁବନେଶ୍ୱର) : ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ମଧ୍ୟ ପାଳିଲେ ଧୁଆଁମୟ ଦୀପାବଳି  । ଏଥିରୁ ବାଦ ପଡିନି ଟ୍ୱିନ୍ ସିଟି । ରାଜ୍ୟ ରାଜଧାନୀ ସମେତ କଟକର ଆକାଶକୁ ବିଷାକ୍ତ ଧୂଆଁର ବଳୟ ଘୋଡ଼ାଇ ରଖିଛି । ମାତ୍ରାଧିକ ବାଣ ଧୂଆଁରେ ପ୍ରଦୂଷଣ  ଅହେତୁକ ଭାବେ ବୃଦ୍ଧି ହୋଇଛି । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ରାତି ଗୋଟାଏରେ ପ୍ରଦୂଷଣ ମାତ୍ରା ୯୯୯ ରେକର୍ଡ କରାଯାଇଥିଲା । ସେହିପରି ପଟିଆ ଅଞ୍ଚଳରେ ୬୭୬ ରେକର୍ଡ କରାଯାଇଛି । ଏହା ବାଦ୍ କଟକରେ ରାତି ଗୋଟାଏରେ ପ୍ରଦୂଷଣ ସ୍ତର ୮୮୨ ରେକର୍ଡ ହୋଇଥିଲା ।

ସୂଚନାନୁଯାୟୀ , ସକାଳୁ ଭୁବନେଶ୍ବର ଆକାଶ ଧୂଆଁଳିଆ ଦେଖାଯାଉଥିଲା । ବାଣ ଫୁଟାଇବା ପରେ ବାୟୁର ଗୁଣବତ୍ତା ହ୍ରାସ ପାଇଛି । ଆକାଶ ଧୂଆଁମୟ ହୋଇ ରହିଛି । ବାଣ ଫୁଟାଇବା ଦ୍ୱାରା ଏପରି ସ୍ଥିତି ଉପୁଜିଥିବା କୁହାଯାଉଛି । କେବଳ ଭୁବନେଶ୍ୱର ନୁହଁ, କଟକରେ ମଧ୍ୟ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଛି । ଗତକାଲି ଦୀପାବଳିରେ ରାଜ୍ୟର ବିଭିନ୍ନ ସହରରେ ପ୍ରଦୂଷଣ ମାତ୍ରା ବଢ଼ିଥିଲା । ୧୧ ତାରିଖରେ ବାଲେଶ୍ଵରରେ ହାରାହାରି ପ୍ରଦୂଷଣ ୧୨୩ ଥିଲା ବେଳେ ୧୨ ରିଖ ଦିନ ୧୯୩.୭୯ ରହିଥିଲା ।

Related posts

ସ୍କ୍ରବ୍ ଟାଇଫସ ଆତଙ୍କ; ସୁନ୍ଦରଗଡ଼ରେ ସଂଖ୍ୟା ୩୯୬କୁ ବୃଦ୍ଧି

mahabharatanews

ଆସନ୍ତା ୧୦ ଯାଏ ରାଜ୍ୟରେ ବର୍ଷା ଜାରି 

mahabharatanews

୧୬ ନମ୍ବର ଜାତୀୟ ରାଜପଥର ଡାହାଣୀଗଡ଼ିଆ ଛକରେ  କଣ୍ଟେନରରେ ନିଆଁ, ୪ ଆହତ

mahabharatanews