ଓଡିଶା

ବଣୁଆ ହାତୀ ଆତଙ୍କରେ ଆଠଗଡବାସୀ

ଆଠଗଡ: ଆଠଗଡ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣି ରେଞ୍ଜ ଅନ୍ତର୍ଗତ ବଉଳ, ସାରକୋଳି ଅଞ୍ଚଳରେ ବଣୁଆ ହାତୀଙ୍କ ଆତଙ୍କରେ ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଭୟର ବତାବରଣ ସୁଷ୍ଟି ହୋଇଛି । ସାଧାରଣ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି । ପ୍ରତିଦିନ ଅପରାହ୍ନ ·ରିଟା ପରେ ଲୋକେ ବାହାରକୁ ବାହାରବା ଏକ ପ୍ରକାର ଅସମ୍ଭବ ହୋଇ ଯାଇଛି । ସେହିପରି ସ୍କୁଲ ପିଲାମାନେ ସ୍କୁଲରୁ ଘରକୁ ଫେରିବାକୁ ଭୟ କରୁଛନ୍ତି । ବଣୁଆ ହାତୀମାନେ ଏବେ ଅ ।ଖପାଖ ଜନ ଗହଳି ସ୍ଥାନରେ ଅ ।ତଙ୍କ ସୃଷ୍ଟି କରିଥିବା ବେଳେ ଘଟଣା ସ୍ଥଳକୁ ବନ ବିଭାଗ କର୍ମ·ରୀମାନେ ପହଞ୍ଚି ପାରୁନଥିବା ଲୋକେ ଅଭିଯୋଗ କରୁଛନ୍ତି । ଜଙ୍ଗଲୀ ହାତୀ ଦେଖିବାକୁ ଆଖପାଖ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭିଡ ଜମୁଥିବାବେଳେ ହାତୀମାନଙ୍କ ପାଲଟା ଆକ୍ରମଣ ଏବେ ଜନସାଧାରଣଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । ବହୁଦିନର ବ୍ୟବଧାନ ପରେ ଏବେ ହାତୀମାନେ ଆଠଗଡ ବନଖଣ୍ଡକୁ ଆସିଥିବା ବେଳେ ବନ ବିଭାଗ କର୍ମ·ରୀମାନେ ଏହା ଉପରେ ନଜର ରଖିବା ସହିତ ହାତୀ ମାନଙ୍କୁ ଘଉଡାଇ ଜଙ୍ଗଲ ମୁହାଁ କରିବାକୁ ଦାବି ଜୋର ଧରିଛି ।

Related posts

ଆସନ୍ତାକାଲି ଲଘୁଚାପ କ୍ଷେତ୍ରରେ ପରିଣତ ହେବ ଘୂର୍ଣ୍ଣିବଳୟ

mahabharatanews

ବାଇକ୍ କୁ ଧକ୍କା ଦେଲା ଟ୍ରକ, ୧ ମୃତ

mahabharatanews

ଗରିବ ଲୋକଙ୍କ କଲ୍ୟାଣ ମୋ ସରକାରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ର: ମୁଖ୍ୟମନ୍ତ୍ରୀ

mahabharatanews