ମନୋରଞ୍ଜନ

୨.୫ କୋଟି ଟଙ୍କାରେ ନିଲାମ ହେଲା  ମାଇକେଲ୍‌ ଜ୍ୟାକ୍‌ସନଙ୍କ ଜ୍ୟାକେଟ୍

(ଦିଲ୍ଲୀ) : ନିଲାମ ହେଲା ପ୍ରଖ୍ୟାତ ପପ୍‌ଷ୍ଟାର୍‌ ମାଇକେଲ୍‌ ଜ୍ୟାକ୍‌ସନ୍‌ ପିନ୍ଧୁଥିବା ଜ୍ୟାକେଟ୍‌ । ଗୋଟାଏ  କଳା-ଧଳା ଚମଡ଼ା ଜ୍ୟାକେଟ୍‌କୁ ସମ୍ପ୍ରତି ଲଣ୍ଡନ୍‌ରେ ୩୦୬,୦୦୦ ଡଲାର୍‌ ବା ଭାରତୀୟ ମୁଦ୍ରାରେ ୨.୫ କୋଟି ଟଙ୍କାର ନିଲାମ ‌କରାଯାଇଥିବା କଥା ସୂଚନା ମିଳିଛି ।

ସୂଚନାନୁଯାୟୀ , ଦୀର୍ଘ ୪୦ ବର୍ଷ ତଳେ ୧୯୮୪ ମସିହାରେ ‘ପେପ୍‌ସି’ର ଏକ ବିଜ୍ଞାପନରେ ଜ୍ୟାକ୍‌ସନ୍‌ ଏହି ଜ୍ୟାକେଟ୍‌ ପିନ୍ଧିଥିଲେ। ଲଣ୍ଡନ୍‌ରେ ଏହି ଜ୍ୟାକେଟ୍‌ ନିଲାମ ଚାଲିଥିବା ବେଳେ ତାଙ୍କର ବହୁ ପ୍ରଶଂସକ ଓ ତଥ୍ୟ ସଂଗ୍ରାହକ ସମବେତ ହୋଇଥିଲେ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ୧୯୮୪ରେ ପ୍ରଥମ ସିରିଜ୍‌ ‘ପେପ୍‌ସି’ ବିଜ୍ଞାପନ ସୁଟିଙ୍ଗ୍‌ ବେଳେ ଜ୍ୟାକ୍‌ସନ୍‌ ଉକ୍ତ କଳା-ଧଳା ଚମଡ଼ା ଜ୍ୟାକେଟ୍‌ ପିନ୍ଧିଥିଲେ। ୨୦୦୯ରେ ୫୦ ବର୍ଷ ବୟସ ହୋଇଥିବା ବେଳେ ‘କିଙ୍ଗ୍‌ ଅଫ୍‌ ପପ୍‌’ ଭାବେ ବିବେଚିତ ମାଇକେଲ୍‌ ଜ୍ୟାକ୍‌ସନ୍‌ଙ୍କର ‘ଏକ୍ୟୁଟ୍‌ ପ୍ରୋପୋଫୋଲ୍‌ ଇଣ୍ଟୋକ୍ସିକେସନ୍‌’ ବ୍ୟବହାରଜନିତ ହୃଦ୍‌ଘାତ କାରଣରୁ ମୃତ୍ୟୁ ଘଟିଥିଲା।

Related posts

ବିବାହ କରିବେ ବ୍ରହ୍ମାଣ୍ଡ ସୁନ୍ଦରୀ

mahabharatanews

ଆସୁଛି  ‘ରାମାୟଣ’ର ପ୍ରଥମ ଭାଗ 

mahabharatanews

ଟ୍ରେନ ଦୁର୍ଘଟଣା : ଶିକ୍ଷା ସହ ଚାକିରୀ ଦେବେ ସୋନୁ ସୁଦ

mahabharatanews