ଓଡିଶା

୨୧ରେ ଉପବାଚସ୍ପତି ନିର୍ବାଚନ

(ଭୁବନେଶ୍ୱର) : ଆସନ୍ତା ନଭେମ୍ବର ୨୧ ତାରିଖରେ ହେବ ରାଜ୍ୟ ବିଧାନସଭାର ଉପବାଚସ୍ପତି ନିର୍ବାଚନ । ଏନେଇ ସମସ୍ତ ସଦସ୍ୟଙ୍କୁ ବିଧାନସଭା ସଚିବ ଚିଠି ଲେଖି ଅବଗତ କରାଇଛନ୍ତି । ନଭେମ୍ବର ୨୧ ତାରିଖ ସକାଳ ୯ ୩୦ ମିନିଟରେ ଉପ ବାଚସ୍ପତି ନିର୍ବାଚନ ହେବ । ଗତ ୮  ତାରିଖରେ ବିଧାନସଭା ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂହ ଇସ୍ତଫା ଦେଇଥିଲେ ।

ସୂଚନାନୁଯାୟୀ , ବର୍ତ୍ତମାନ ଏହି ପଦବୀ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଭେଟି ସେ ନି‌ଜ ଇସ୍ତଫାପତ୍ର ଦେଇଥିଲେ । ଇସ୍ତଫା ସମ୍ପର୍କରେ ପ୍ରତିକ୍ରିୟା ଦେଇ ରଜନୀକାନ୍ତ କହିଥିଲେ, ଉପବାଚସ୍ପତି ଏକ ସାମ୍ବିଧାନିକ ପଦ । ଏହି ପଦବୀରେ ଥାଇ ମୁଁ ଦଳୀୟ କାର୍ଯ୍ୟ କରିପାରୁ ନ ଥିଲି । ଆଗକୁ ନିର୍ବାଚନ ଥିବାରୁ ସଂଗଠନକୁ ସୁଦୃଢ କରିବା ସହ ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଇସ୍ତଫା ଦେଇଛି । ତେବେ ଏହା ହଠାତ୍‌ ନିଷ୍ପତ୍ତି ନୁହେଁ, ବହୁଦିନରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଥିଲେ l

Related posts

ଡିଭାଡରରେ ଧକ୍କା ହେଲା ବଲାଙ୍ଗିରରୁ କଟକ ଅଭିମୁଖେ ଆସୁଥିବା ଏକ ୧୬ ଚକିଆ ମକା ବୋଝେଇ ଟ୍ରକ

mahabharatanews

କଳାହାଣ୍ଡିରେ ଗଡ଼ିଲା ଲକ୍ଷ୍ମୀ ବସ୍

mahabharatanews

ଆନ୍ଧ୍ର ସୀମାନ୍ତର ୭ କିଲୋମିଟର ରାସ୍ତାନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

mahabharatanews