ଓଡିଶା

୨୧ରୁ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ପୂରଣ

(ଭୁବନେଶ୍ୱର) : ଆଗାମୀ ୨୧ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା ୨୦୨୪ ପାଇଁ ଫର୍ମ ପୂରଣ । କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ ହେବ । ଡିସେମ୍ବର ୭ ଫର୍ମ ପୂରଣ ପାଇଁ ରହିଛି ଶେଷ ତାରିଖ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୯ ତାରିଖ ମଧ୍ୟରେ ବିନା ଜରିମାନାରେ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିବେ ।

ସୂଚନାନୁସାରେ, ନଭେମ୍ବର ୧୬ରୁ ନଭେମ୍ବର ୩୦ତାରିଖ ମଧ୍ୟରେ ଏସବିଆଇ କଲେକ୍ଟ ମାଧ୍ୟମରେ ଫି’ଦାଖଲ କରିବା ପାଇଁ ପଡିବ । ନଭେନମ୍ବର ୨୭ ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଶହେ ଟଙ୍କା ଜରିମାନା ଏବଂ ଡିସେମ୍ବର ୫ରୁ ୭ ମଧ୍ୟରେ ଏହା ବୃଦ୍ଧି ପାଇଁ ୪୫୦ ଟଙ୍କା ଜରିମାନ ଦେବା ପାଇଁ ପଡିବ ଛାତ୍ରଛାତ୍ରୀଙ୍କୁ । ଫର୍ମ ପୂରଣ ପାଇଁ ଛାତ୍ରଛାତ୍ରୀଙ୍କୁ ୫୨୦ ଟଙ୍କା ଦେବାକୁ ପଡିବ ସେହିପରି ପ୍ରାକ୍ଟିକାଲ ପରୀକ୍ଷା ପାଇଁ ପେପର୍ ପିଛା ୪୦ ଟଙ୍କା ଫି ଦେବାକୁ ପଡିବ ବୋଲି ସୂଚନା ରହିଛି ।

Related posts

୧୨ଜଣ ପୁଲିସ ଅଧିକାରୀଙ୍କ ବଦଳି

mahabharatanews

ଅହିଂସା ରଥ କାର୍ଯ୍ୟକ୍ରମରେ ରାଇଘର ବ୍ଲକ ପ୍ରକାଶନ ଗଣମାଧ୍ୟମକୁ ଅଣଦେଖା

mahabharatanews

 ନୂଆବର୍ଷରେ ବୋଟିଂ ସହ ରୋପୱେ’ର ମଜା ନେଇପାରିବେ ପର୍ଯ୍ୟଟକ  

mahabharatanews

Leave a Comment