ଓଡିଶା

ରାଷ୍ଟ୍ର ପ୍ରେମର ବାର୍ତ୍ତା ନେଇ ତ୍ରିରଙ୍ଗା ଯାତ୍ରା

ଢେଙ୍କାନାଳରେ ଆଜି ଜିଲ୍ଲା ସ୍ତରୀୟ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି। ଜିଲ୍ଲା ପ୍ରଶସନ ପକ୍ଷରୁ ଆୟୋଜିତ ଏହି ତ୍ରିରଙ୍ଗା ଯାତ୍ରାରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆବାଳ ବୃଦ୍ଧ ବନୀତା ସାମିଲ ହୋଇଥିଲେ। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ହିନ୍ଦୋଳ ବିଧାୟିକା ସିମାରାଣୀ ନାୟକ, କାମାକ୍ଷାନଗର ବିଧାୟକ ଶତୃଘ୍ନ ଜେନା ଓ ପରଜଙ୍ଗ ବିଧାୟକ ବିଭୁତି ପ୍ରଧାନଙ୍କ ସମେତ ଜିଲ୍ଲାପାଳ ଓ ଅନ୍ୟ ସରକାରୀ କର୍ମଚାରୀ ସ୍କୁଲ କଲେଜ ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ତ୍ରିରଙ୍ଗାମୟ ହୋଇ ଉଠିଥିଲା ଢେଙ୍କାନାଳ ସହର।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଛାତ୍ରଛାତ୍ରୀ ଓ ଯୁବପିଢିଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା, ରାଷ୍ଟ୍ରୀୟ ଧ୍ୱଜାର ସମ୍ମାନ ଉଚ୍ଚା କରିବା ପାଇଁ ଏହି ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯାଉଛି। ସମସ୍ତଙ୍କ ଭିତରେ ଜାତୀୟତା ଭାବ ଦେଶପ୍ରେମ ଜାଗ୍ରତ ହେଲେ ୨୦୪୭ ସୁଦ୍ଧା ଆମ ଦେଶ ଏକ ବିକଶିତ ରାଷ୍ଟ୍ର ରେ ପରିଣତ ହୋଇପାରିବ ।

Related posts

ରାସ୍ତାପାର୍ଶ୍ୱ ଗାର୍ଡୱାଲକୁ ପିଟିହେଲା ବସ୍, ଅଳ୍ପକେ ବର୍ତିଲେ ଯାତ୍ରୀ

mahabharatanews

 ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews

କରୋନା ଗାଇଡଲାଇନ ଉଲ୍ଲଙ୍ଘନ ପାଇଁ ପିସିସି ସଭାପତିଙ୍କୁ ଜରିମାନା

mahabharatanews