ମନୋରଞ୍ଜନ

ମଦ ନିଶାରେ ରାସ୍ତାରେ ବୁଲିଲେ ସନ୍ନି 

(ମୁମ୍ବାଇ) : ବିଚ ରାସ୍ତାରେ ସନ୍ନି ଦେଓଲ  ମଦ ନିଶାରେ ମୁମ୍ବାଇର ଜୁହୁସ୍ଥିତ ରାସ୍ତାରେ ଟଳମଳ ହୋଇ ଚାଲୁଥିବାର ଦେଖିବାକୁ ମିଳିଛି। ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ। ଚଳିତବର୍ଷ ରିଲିଜ୍‌ ହୋଇଥିବା ତାଙ୍କ ଫିଲ୍ମ ‘ଗଦର୍‌୨’ ୫୦୦ କୋଟିରୁ ଅଧିକ ଟଙ୍କାର ବେପାର କରି ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିଛି। ଏହାରି ମଧ୍ୟରେ ସନ୍ନି ଦେଓଲଙ୍କର ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହୋଇଛି।

ସୂଚନାନୁଯାୟୀ ,ଏହି ଭିଡିଓକୁ ଦେଖିବା ପରେ ସନ୍ନି ଦେଓଲଙ୍କ ପ୍ରଶଂସକମାନେ ଖୁବ୍ ନିରାଶ ହୋଇଛନ୍ତି ଭିଡିଓରେ ଦେଖିବାକୁ ମିଳିଛି ଯେ ଅଭିନେତା ରାସ୍ତା ଉପରେ ଟଳମଳ ହୋଇ ଏପଟ ସେପଟ ବୁଲିଛନ୍ତି। ସେହି ସମୟ‌ରେ ଜଣେ ଅଟୋ ଚାଳକ ତାଙ୍କୁ ସାହାଯ୍ୟର ହାତ ବଢ଼ାଇ ସନ୍ନିଙ୍କୁ ନେଇ ଗାଡ଼ି ଭିତରେ ବସାଉଛନ୍ତି। ସନ୍ନିଙ୍କୁ ଏପରି ଅବସ୍ଥାରେ ଆଶା କରାଯାଏ ନାହିଁ ବୋଲି କେହି କେହି ଲେଖିଥିବା ବେଳେ କେହି କେହି ଏହାକୁ ନକଲି ଭିଡିଓ ବୋଲି କହୁଛନ୍ତି। କିଛି ପ୍ରଶଂସକ ତାଙ୍କ ପାଇଁ ଚିନ୍ତା ପ୍ରକଟ କରିଛନ୍ତି ତ କିଛି ସମାଲୋଚନ ଟ୍ରୋଲ୍‌ କରିଛନ୍ତି।

Related posts

ରିଲିଜ ହେଲା ଚଳଚ୍ଚିତ୍ର ‘ଖତ୍ରା, ଡେଞ୍ଜରିୟସ’ର ଟ୍ରିଜର

mahabharatanews

“ପରିବାର ଚାପରେ ରହିଛି”: ଅରବାଜ୍ ଖାନ୍

mahabharatanews

ଅଭିନୟ ଦୁନିଆରେ ପାଦ ଥାପିବେ ସାରା ତେନ୍ଦୁଲକର

mahabharatanews