ଭାରତ

ଜଳମଗ୍ନ ଚେନ୍ନାଇ ସହର

(ଚେନ୍ନାଇ) : ନିକଟରେ ଚେନ୍ନାଇରେ ସାମୁଦ୍ରିକ ଝଡ଼ ‘ମିଗଜୋମ’ ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି । ଡିସେମ୍ବର ୪ ସୁଦ୍ଧା ୪୮ ଘଣ୍ଟା ମଧ୍ୟରେ ୪୦ ସେଣ୍ଟିମିଟରରୁ ଅଧିକ ବର୍ଷା ଚେନ୍ନାଇ ସହରକୁ ଜଳମଗ୍ନ କରିଦେଇଥିଲା। ଆବାସିକ କୋଠାଗୁଡ଼ିକ ଜଳମଗ୍ନ ହେବା ସହ ଜଳମଗ୍ନ ରାସ୍ତାରେ କାର୍‌ଗୁଡ଼ିକ ପାଣିସୁଅରେ ଭାସି ଯାଉଥିବାର ଦେଖିବାକୁ ମିଳିଛି।

 ସୂଚନାନୁଯାୟୀ, ସହରୀକରଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ମୁଖ୍ୟ ଜଳାଶୟ ଏବଂ ପରିବେଶ ସମ୍ବେଦନଶୀଳ ଅଞ୍ଚଳ ଉପରେ ଜବରଦଖଲ ପରିସ୍ଥିତିକୁ ଆହୁରି ଗମ୍ଭୀର କରିଥାଏ। ତେବେ କେବଳ ଚେନ୍ନାଇ ନୁହେଁ, କୋଲକାତା ଓ ମୁମ୍ବାଇ ପରି ପ୍ରାୟ ଏକ ଡଜନ ମହାନଗରୀ ପ୍ରତି ସମୁଦ୍ରପତ୍ତନ ବୃଦ୍ଧି, ଗ୍ରୀଷ୍ମମଣ୍ଡଳୀୟ ବାତ୍ୟା ଓ ନଦୀକୂଳ ବନ୍ୟା ଭଳି ବିପଦ ରହିଛି। ଏହି ଘନ ଜନବହୁଳ ମହାନଗରୀଗୁଡ଼ିକରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଖିବାକୁ ମିଳୁଛି।

Related posts

ପଦ୍ମ ଧରିଲେ ପ୍ରଥମ ଅଲିମ୍ପିକ୍ ପଦକ ବିଜେତା ବିଜୟନ୍ଦର ସିଂ

mahabharatanews

ଆଜିଠୁ ସଂସଦର ଶୀତ ଅଧିବେଶନ, ହେବ ୧୫ଟି ବୈଠକ

mahabharatanews

ଉତକ୍ଷେପଣ ହେଲା ଆଦିତ୍ୟ L1

mahabharatanews