ମନୋରଞ୍ଜନ

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ କାଜଲ୍‌ଙ୍କ ମାଆ

(ମୁମ୍ବାଇ) : ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ କାଜଲ୍‌ଙ୍କ ମାଆ ତନୁଜା । ରବିବାର ସନ୍ଧ୍ୟା ବେଳେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ , ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ହେତୁ ୮୦ ବର୍ଷୀୟ ଅଭିନେତ୍ରୀ ତନୁଜାଙ୍କୁ ଜୁହୁ ହସ୍ପିଟାଲ୍‌ର ‘ଆଇସିୟୁ’ରେ ରଖାଯାଇଛି। ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ସେ ସୁସ୍ଥ ହେଉଛନ୍ତି। ଚିନ୍ତାର କୌଣସି କାରଣ ନାହିଁ। ଲୋକପ୍ରିୟ ଅଭିନେତ୍ରୀ ତନୁଜା ଅନେକ ହିନ୍ଦୀ ଓ ବଙ୍ଗଳା ଭାଷାର ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ ହେଉଛନ୍ତି ବିଗତ ଦିନର ତାରକା ଶୋଭନା ସମର୍ଥ ଓ ପ୍ର‌େଯୋଜକ କୁମାରସେନ ସମର୍ଥଙ୍କ କନ୍ୟା।

Related posts

ହାତକୁ ଦି ହାତ ହେବେ ଅଭିନେତ୍ରୀ ଆରତୀ ସିଂ

mahabharatanews

ଫ୍ଲାଟରୁ  ମରାଠୀ ଅଭିନେତା-ନିର୍ଦ୍ଦେଶକ ରବିନ୍ଦ୍ର ମହାଜନୀଙ୍କ ମୃତ ଦେହ ଉଦ୍ଧାର

mahabharatanews

 ପରଲୋକରେ ହଲିଉଡର ପ୍ରସିଦ୍ଧ ଗାୟିକା କୋକୋ ଲି’ 

mahabharatanews