ମନୋରଞ୍ଜନ

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ କାଜଲ୍‌ଙ୍କ ମାଆ

(ମୁମ୍ବାଇ) : ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ କାଜଲ୍‌ଙ୍କ ମାଆ ତନୁଜା । ରବିବାର ସନ୍ଧ୍ୟା ବେଳେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ , ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ହେତୁ ୮୦ ବର୍ଷୀୟ ଅଭିନେତ୍ରୀ ତନୁଜାଙ୍କୁ ଜୁହୁ ହସ୍ପିଟାଲ୍‌ର ‘ଆଇସିୟୁ’ରେ ରଖାଯାଇଛି। ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ସେ ସୁସ୍ଥ ହେଉଛନ୍ତି। ଚିନ୍ତାର କୌଣସି କାରଣ ନାହିଁ। ଲୋକପ୍ରିୟ ଅଭିନେତ୍ରୀ ତନୁଜା ଅନେକ ହିନ୍ଦୀ ଓ ବଙ୍ଗଳା ଭାଷାର ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ ହେଉଛନ୍ତି ବିଗତ ଦିନର ତାରକା ଶୋଭନା ସମର୍ଥ ଓ ପ୍ର‌େଯୋଜକ କୁମାରସେନ ସମର୍ଥଙ୍କ କନ୍ୟା।

Related posts

ସଲମାନ ଖାନ୍ ଙ୍କୁ ମାରିଦେବା ପାଇଁ ଆସିଛି ଧମକପୂର୍ଣ୍ଣ ମେଲ୍,ବଢିଲା ସୁରକ୍ଷା ବ୍ୟବସ୍ଥା

mahabharatanews

ରିଲିଜ ହେଲା ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ‘Mission Raniganj The Great Bharat Rescue’ 

mahabharatanews

ମା ବନିବାକୁ ଯାଉଛନ୍ତି ଟେଲି ଅଭିନେତ୍ରୀ ରୁବିନା ଦିଲେକ 

mahabharatanews