(ଭୁବନେଶ୍ୱର) : ପରଲୋକରେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍ଏମ୍ ରାଜେନ୍ଦ୍ରନ । ଚେନ୍ନାଇର ଆପୋଲ ସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ୮୮ ବର୍ଷରେ ଦେହାନ୍ତ ହୋଇଛି ।
ସୂଚନାନୁଯାୟୀ , ତାମିଲନାଡୁର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ସମ୍ବାଳି ଥିଲେ । ପରେ 1999 ମହାବାତ୍ୟା ପରେ ପରେ ଓଡ଼ିଶା ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ । 1964 ଧନୁଶଖୋଲି ବାତ୍ୟା ସମୟରେ ସେ ରାମନାଥପୁରମର ଜିଲ୍ଲାପାଳ ଥିଲେ ଏବଂ ବାତ୍ୟା ମୁକାବିଲା କରିବାରେ ତାଙ୍କର ଅନୁଭୂତି ରହିଥିଲା । ସେହି ଅନୁଭୂତି ତାଙ୍କୁ ବାତ୍ୟା ବିଧ୍ୱସ୍ତ ଓଡ଼ିଶାକୁ ସଜାଡିବାରେ ସାହାଯ୍ୟ କରିଥିଲା । ସେ ସମୟର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କୁ ମହାବାତ୍ୟା ପରେ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲେ ଏବଂ ଚିରାଚରିତ ରାଜ୍ୟପାଳ ନ ହୋଇ ବାତ୍ୟା କ୍ଷତିଗ୍ରସ୍ତ ରାଜ୍ୟକୁ ସମ୍ବାଳିବା ପାଇଁ ଆଗେଇ ଆସିବାକୁ ତାଙ୍କୁ ପରାମର୍ଶ ଦେଇଥିଲେ ।
