ଓଡିଶା

ଓଡ଼ିଶା ଆସିବେ ନୂଆ ପ୍ରଭାରୀ ଡ. ଅଜୟ କୁମାର

(ଭୁବନେଶ୍ୱର) : କଂଗ୍ରେସ  ନୂତନ ପ୍ରଭାରୀ ଡ. ଅଜୟ କୁମାର ଆସନ୍ତା ଜାନୁଆରୀ ୬ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସିବେ । ପ୍ରଦେଶ କଂଗ୍ରେସ ପକ୍ଷରୁ ଅଜୟ କୁମାରଙ୍କୁ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି । ଅନ୍ୟପଟେ ଆସନ୍ତା ମାସରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଆଉ ଏହାପୂର୍ବରୁ ନୂଆପ୍ରଭାରୀ ରାଜ୍ୟରେ ପହଞ୍ଚି ରାଜ୍ୟ କଂଗ୍ରେସକୁ ନୂଆ ଷ୍ଟ୍ରାଯେଜି କରିବେ ଅଜୟ ।

ସୂଚନାନୁଯାୟୀ , କଂଗ୍ରେସ ତାର୧୩୯ ତମ ଫାଉଣ୍ଡେସନ୍ ଦିବସ ଅବସରରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ନାଗପୁରରେ ଏକ ରାଲିରେ ସମ୍ବୋଧିତ କରିଥିଲୋ । କଂଗ୍ରେସର ଏହି ସମାରୋହରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଯୋଗ ଦେଇଥିଲେ । ଆଉ ଏହି ଅବସରରେ ଶ୍ରୀ ପଟ୍ଟନାୟକ ଅଖିଳ ଭାରତ କଂଗ୍ରେସ କମିଟିର ନବନିଯୁକ୍ତ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାରଙ୍କୁ ସାକ୍ଷାତ କରି ତାଙ୍କର ଓଡ଼ିଶା ଗସ୍ତ ସମ୍ପର୍କରେ ଆଲୋଚନା କରିଛନ୍ତି ।

 

Related posts

 ଆହୁରି ୨ରୁ ୩ ମାସ ସତର୍କ ରହିବାକୁ ହେବ

mahabharatanews

ବଲାଙ୍ଗୀର ପୋଲିସ ପ୍ରଶାସନ ଦ୍ୱାରା ରକ୍ତଦାନ ଶିବିର

mahabharatanews

ବିଚାରଧୀନ ବନ୍ଦୀଙ୍କ ଶିଶୁ ଚି଼ହ୍ନଟ ଓ ପରାମର୍ଶ କର୍ମଶାଳା

mahabharatanews