ଓଡିଶା

ପିକନିକ୍ ଯାଉଛନ୍ତି କି ? ଜାଣି ରଖନ୍ତୁ ଏହି ନିୟମ  

(ଭୁବନେଶ୍ୱର) : ପିକନିକ୍ ପାଇଁ SOP ଜାରି । ଶୀତଋତୁ ବିଶେଷ କରି ପିକନିକ୍‌ ସମୟରେ ମାତ୍ରାଧିକ ଦୁର୍ଘଟଣା ଘଟଣା ଘଟିଛି । ଦୁର୍ଘଟଣା ଏଡ଼ାଇବାକୁ ପରିବହନ ବିଭାଗ ପକ୍ଷରୁ SOP ଜାରି ହୋଇଛି । ପିକନିକ୍ ପାଇଁ ଯାଉଥିବା ଗାଡ଼ି ଲାଗି ସ୍ୱତନ୍ତ୍ର ଅନୁମତିଆବଶ୍ୟକ ହେବ ।

ସୂଚନାନୁଯାୟୀ , ଗାଡ଼ିର ଫିଟ୍‌ନେସ୍‌ ସହ RTOରୁ ଆଣିବାକୁ ପଡ଼ିବ ସ୍ୱତନ୍ତ୍ର ଅନୁମତି ହୋଇଛି । ପିକନିକ୍ ସ୍ପଟ ନିକଟରେ ପରିବହନ କର୍ମଚାରୀ ରହି ଯାଞ୍ଚ କରିବେ ବୋଲି କୁହାଯାଇଛି । ପିକ୍‌ନିକ୍‌ ଗାଡ଼ିରେ ଦହନଶୀଳ ସାମଗ୍ରୀ ପରିବହନକୁ ବାରଣ କରାଯାଇଛି । ଗାଡ଼ି ମାଲିକ ଅନ୍ୟ ଡ୍ରାଇଭର ପଠାଇ ପିକ୍‌ନିକ୍‌ ଦାୟିତ୍ୱ ତୁଲାଇବେ । RTO ଓ ପୋଲିସ୍‌ ମିଶି ଚେକ୍‌ କରିବେ । ମଦ୍ୟପ ଡ୍ରାଇଭରକୁ ତୁରନ୍ତ ଗିରଫ କରି ଲାଇସେନ୍ସ ରଦ୍ଦ କରାଯିବ । ଗାଡ଼ି ମାଲିକ ଅନ୍ୟ ଡ୍ରାଇଭର ପଠାଇ ପିକ୍‌ନିକ୍‌ ଦାୟିତ୍ୱ ତୁଲାଇବେ । ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡ଼ି ନେଇଥିଲେ ଗାଡ଼ିକୁ ଅଟକ ରଖାଯିବ ।

Related posts

ବଢୁଛି ଶୀତ ; ଉଦୟଗିରିରେ ସ‌ର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରି ରେକର୍ଡ 

mahabharatanews

ଦୁଇ ଦିନ ଭିତରେ ଏମ୍ସ ଡାକ୍ତରଖାନାରୁ ଡିସଚାର୍ଜ ହେବେ ଅଭିଜିତ

mahabharatanews

ରାୟଗଡାରେ ଆଉ ୪ କରୋନା ପଜିଟିଭ ଚିହ୍ନଟ

mahabharatanews