ଓଡିଶା

ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା 

ଓଡ଼ିଶା -ଝାରଖଣ୍ଡ ସୀମାନ୍ତରେ ମାତିଲେ ମାଓବାଦୀ । ଜରେଇକେଲା ସମଠା ଗାଁରେ ସଶସ୍ତ୍ର ମାଓବାଦୀ ହିଂସାକାଣ୍ଡ ଭିଆଇଛନ୍ତି । ପୋଲିସ୍ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି । ଘରେ ପଶି ଯୁବକଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏମିତି ହୃଦୟବିଦାରକ କାଣ୍ଡ ଭିଆଇଛନ୍ତି ମାଓବାଦୀ । ମୃତକ ହେଲେ ମେନସନ ଭେଙ୍ଗରା ।

ସୂଚନାନୁଯାୟୀ, ଗୋଟିଏ ଗୁଳି ତାଙ୍କ ମୁଣ୍ଡ ଓ ଅନ୍ୟ ଗୁଳି ଛାତିରେ ବାଜିଥିଲା । ସେଠାରେ ମାଓବାଦୀ ପୋଷ୍ଟର ଛାଡ଼ି ଯାଇଛନ୍ତି । ମୃତ ଯୁବକ ମାଓବାଦୀ ନାଁରେ ଚାନ୍ଦା ମାଗି ଗତ 2023 ମେ ମାସରେ ଜେଲ ଯାଇଥିଲେ । ଗତ ଦୁଇ ମାସ ତଳେ ଜେଲରୁ ବାହାରିଥିଲେ । ସିଆରପିଏଫ ଓ ଝାରଖଣ୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

ଡେଙ୍ଗୁ ଆତଙ୍କ : ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ 

mahabharatanews

ବିଜେଡିରେ ସାମିଲ ହେଲେ ଭି.କେ ପାଣ୍ଡିଆନ

mahabharatanews

ଏକ୍ସପ୍ରେସ ଟ୍ରେନ୍‌ରେ ଧୂଆଁ, ଡରିଲେ ଯାତ୍ରୀ

mahabharatanews