ଓଡିଶା

ପୁଣି ଫେରିବ ତାତି 

(ଭୁବନେଶ୍ୱର) :  ଆଜି ୨ଦିନ ପରେ ଫେରିବ ରାଜ୍ୟରେ ତାତି ।  ୪ ଦିନ ଯାଏଁ ବଢ଼ିବ ୬ରୁ ୮ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ କିଛି ଦିନ ହେଲା କୋହଲା ପାଗ ଥିଲା। ପୁଣି ଥରେ ଗରମ ହେବା ନେଇ ସୂଚନା ମିଳିଛି ।

ସୂଚନାନୁଯାୟୀ , ଏହାପରେ ଅର୍ଥାତ୍ ଆଜି ଠାରୁ ପରବର୍ତୀ ୪ରୁ ଦିନ ଯାଏଁ ଦିନର ତାପମାତ୍ରା ପ୍ରାୟ ୬ରୁ ୮ ଡିଗ୍ରୀ ଯାଏଁ ବଢିବାର ସମ୍ଭାବନା ରହିଛି । ୧୭ ଓ ୧୮ ତାରିଖ ବେଳକୁ ତାତି ପିକ୍ରେ ପହଂଚିବ ବୋଲି ଅନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ୧୪ ଓ ୧୫ ତାରିଖରେ ହିଟ୍ ୱେଭ୍ ପାଇଁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ପାଣିପାଗ ବିଭାଗର ସୂଚନା ଅନୁସାରେ ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ସମ୍ବଲପୁର, ବୌଦ୍ଧ, ସୋନପୁର, ବଲାଙ୍ଗିର, ଅନୁଗୁଳ, ଦେବଗଡ଼ ଜିଲ୍ଲାର ଅନେକ ସ୍ଥାନରେ ଝିପିଝିପି ବର୍ଷା ହେଉଛି। ଭୁବନେଶ୍ୱର କଟକରେ ମଧ୍ୟ ହାଲୁକା ବର୍ଷା ସହିତ ମେଘୁଆ ପାଗ ରହିଛି।

Related posts

ଶିମିଳିପାଳରୁ ୨୩ଟି ଦେଶୀ ବନ୍ଧୁକ

mahabharatanews

ଆଜି ବିଶ୍ୱ ହସ୍ତୀ ଦିବସ

mahabharatanews

୧ରୁ ଖଣ୍ଡଗିରି ମେଳା,୫ରୁ ଯାତ୍ରା

mahabharatanews