ଭାରତ

ଜାନୁଆରୀ ୨୨କୁ  ଡ୍ରାଏ ଡେ ଘୋଷଣା

(ମଧ୍ୟପ୍ରଦେଶ) : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହରେ ରାଜ୍ୟକୁ ଡ୍ରାଏ ଡେ ଘୋଷଣା କରିଛନ୍ତି । ଅଯୋଧ୍ୟାରେ ରାମ ମନ୍ଦିରର ପବିତ୍ର ଦିନରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମଧ୍ୟପ୍ରଦେଶ ଷଷ୍ଠ ରାଜ୍ୟ ହୋଇଛି ।

ସୂଚନାନୁଯାୟୀ , ଏହାପୂର୍ବରୁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଆସାମ, ଛତିଶଗଡ ଏବଂ ରାଜସ୍ଥାନ ସରକାର ମଧ୍ୟ ଜାନୁଆରୀ ୨୨ ରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଉଜ୍ଜୈନରେ ମୋହନ ଯାଦବ କହିଛନ୍ତି, “ଜାନୁୟାରୀ ୨୨ ରେ ଅଯୋଧ୍ୟାରେ ରାମ ମନ୍ଦିରରେ ଏକ ରାମ ଲଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ହେବ… ଏହାକୁ ନେଇ ସମଗ୍ର ଦେଶ ଆନନ୍ଦିତ… ଆଉ ଆମେ ନିଷ୍ପତ୍ତି ନେଇଛୁ ଯେ ଜାନୁୟାରୀ ୨୨ରେ ରାଜ୍ୟ ଡ୍ରାଏ ଡେ ରହିବ ଅର୍ଥାତ୍ ରାଜ୍ୟରେ ମଦ ବିକ୍ରୀ ହେବ ନାହିଁ ।

Related posts

 ଗଭୀର ଖାଇକୁ ଖସିପଡିଲା  ଯାତ୍ରୀବାହୀ ବସ୍,୩୦ ମୃତ

mahabharatanews

ରାମ ମନ୍ଦିରର ବିଷୟବସ୍ତୁ ଉପରେ ରଙ୍ଗୀନ ରୂପା ମୁଦ୍ରା 

mahabharatanews

୫ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣଂ ଜାରି

mahabharatanews