ଭାରତ

ନିପା ପ୍ରତିଷେଧକ: ପ୍ରଥମ ମାନବ ପରୀକ୍ଷଣ ଆରମ୍ଭ

(ଦିଲ୍ଲୀ) : ମାରାତ୍ମକ ନିପା ଭୂତାଣୁ ବିରୋଧରେ ପ୍ରତିଷେଧକ ଟିକା ପ୍ରସ୍ତୁତ ହୋଇଛି। ଲଣ୍ଡନର ପ୍ରସିଦ୍ଧ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ବୈଜ୍ଞାନିକଙ୍କ ଦ୍ବାରା ପ୍ରସ୍ତୁତ ଏହି ଟିକାର ପ୍ରଥମ ମାନବ ପରୀକ୍ଷଣ ଆରମ୍ଭ ହୋଇଥିବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାନୁଯାୟୀ , ନିପା ସଂକ୍ରମଣର ପ୍ରତିଷେଧକ ଟିକା ‘ସିଏଚ୍‌ଏଡିଓଏକ୍ସ୧-ନିପା-ବି’ର ମାନବ ପରୀକ୍ଷଣରେ ୫୧ଜଣ ସ୍ବେଚ୍ଛାସେବୀ ‌ଅଂଶଗ୍ରହଣ କରିଛନ୍ତି। ଅକ୍ସଫୋର୍ଡ ଭାକ୍ସିନ୍‌ ଗ୍ରୁପ୍‌ ଦ୍ବାରା କରାଯାଉଥିବା ଏହି ପରୀକ୍ଷଣରେ ଭାଗ ନେଇଥିବା ସ୍ବେଚ୍ଛାସେବୀମାନେ ୧୮ରୁ ୫୫ ବର୍ଷ ବୟସ୍କ ଅଟନ୍ତି। ନିପା ଭୂତାଣୁ ଫଳ ଖାଉଥିବା ବାଦୁଡ଼ିଙ୍କ ଦ୍ବାରା ବ୍ୟାପିଥାଏ। ଏହି ସଂକ୍ରମଣର ହାରାହାରି ମୃତ୍ୟୁ ପ୍ରତିଶତ ୭୫ ଅଟେ। ଏଣୁ ଏହାକୁ ଅନ୍ୟତମ ଘାତକ ସଂକ୍ରମଣ ବୋଲି ଅଭିହିତ କରାଯାଇଛି। ୨୫ ବର୍ଷ ପୂର୍ବେ ଏହି ଭୂତାଣୁର ସଂକ୍ରମଣ ମାଲେସିଆ ଓ ସିଙ୍ଗାପୁରରେ ଦେଖାଦେଇଥିଲା।

Related posts

ସାତୋଟି ବିଦ୍ୟାଳୟକୁ ବୋମା ମାଡ଼ କରି ଉଡ଼ାଇଦେବାକୁ ଧମକ

mahabharatanews

ଯୌନ ନିର୍ଯାତନା ମାମଲା, ବ୍ରଜଭୂଷଣଙ୍କ ବୟାନ ରେକର୍ଡ

mahabharatanews

ଲିଭ୍‌-ଇନରେ ରହିବା ପରେ ବାହା ହେବାକୁ ମନା କଲେ ଟାଇଗର!

mahabharatanews