ଓଡିଶା

୨୧ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡି 

(ଭୁବନେଶ୍ୱର) : ରାଜ୍ୟରେ ରାତିର ତାପମାତ୍ରା ମଧ୍ୟ ହ୍ରାସ ହୋଇଛି । ଫଳରେ କେତେକ ଅଞ୍ଚଳରେ ଶୀତ ଅନୁଭୂତ ହେଉଛି । ଏହି ଘନ କୁହୁଡ଼ି ଆହୁରି ୨-୩ଦିନ ଲାଗି ରହିବାର ସମ୍ଭାବନା ରହିଛି । ଫଳରେ ଦୃଶ୍ୟମାନ ଦୂରତା କମିବ । ଓଡ଼ିଶା ଉପକୂଳର ବଙ୍ଗୋପସାଗରରେ ଗୁରୁଚାପ ବଳୟ ଯୋଗୁ ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳକୁ ଘନ କୁହୁଡ଼ିର ଆବରଣ ଦେଖିବାକୁ ମିଳିଛି ।  ଫଳରେ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହେଉଛି ।

ସୂଚନାନୁଯାୟୀ , ଅନେକ ଅଞ୍ଚଳରେ ମଧ୍ୟାହ୍ନ ପରେ ବି କୁହୁଡ଼ିଆ ପାଗ ରହୁଛି । ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାରେ କୁହୁଡ଼ି ଲାଗିରହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ପାଣିପାଗ ବିଭାଗ କହିଛି, ମୁଖ୍ୟତଃ ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ କୁହୁଡ଼ି ରହିବା ସମ୍ଭାବନା ଅଛି । ଶୁକ୍ରବାର ସକାଳେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା, କଟକ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ସୋନପୁର ଓ ବୌଦ୍ଧରେ ମଧ୍ୟମରୁ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଶୁକ୍ରବାର ବିଳମ୍ବିତ ରାତି ଓ ଶନିବାର ସକାଳେ କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, ନୟାଗଡ଼ରେ ଘନ କୁହୁଡ଼ି ସମ୍ଭାବନା ଅଛି । ଗତ ୨୪ଘଣ୍ଟାରେ ରାଜ୍ୟର ଗୋଟିଏ ଦୁଇଟି ଜାଗାରେ ବର୍ଷା ହୋଇଛି ।

Related posts

ଅନୁଗୁଳରୁ କଳାହାଣ୍ଡିକୁ ସାଇକେଲରେ ଫେରିଲେ ୫ଜଣ ବ୍ୟବସାୟୀ

mahabharatanews

ନକଲି ଡାକ୍ତରର ଠକେଇ କାହାଣୀ

mahabharatanews

ଆଳୁ ଦର ବୃଦ୍ଧିକୁ ନେଇ ମନ୍ତ୍ରୀଙ୍କ ବୈଠକ

mahabharatanews