ଓଡିଶା

୨୨ ତାରିଖରେ ଓଡ଼ିଶାରେ ଅଧା ଛୁଟି

(ଭୁବନେଶ୍ୱର) :   ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ସାରା ଦେଶ ଉତ୍ସବମୁଖର ହୋଇ ଉଠିଛି । ଏଥିପାଇଁ ଓଡ଼ିଶା ସରକାର ମଧ୍ୟ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଅଫିସକୁ ଛୁଟି ପ୍ରଦାନ କରିଛନ୍ତି । ଜାନୁଆରୀ ୨୨ ଅଧା ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ସୂଚନାନୁଯାୟୀ , ୨୨ ତାରିଖ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ଅପିସ ଗୁଡ଼ିକ ଛୁଟି ରଖିବା ପାଇଁ ସରକାର ଘୋଷଣା କରିଛନ୍ତି । ଏହାପୂର୍ବରୁ କେନ୍ଦ୍ର ସରକାରଙ୍କ ତରଫରୁ ଏହି ଦିନ ହାଫ୍ ଡେ’ ଛୁଟି ମଞ୍ଜୁର କରିଥିଲେ । ସରକାର ତାଙ୍କ ଆଦେଶରେ କହିଛନ୍ତି ଯେ, ଅଯୋଧ୍ୟାରେ ରାମଲାଲା ପ୍ରାଣ ପ୍ରତିଷ୍ଠା ୨୨ ଜାନୁୟାରୀ ୨୦୨୪ ରେ ସମଗ୍ର ଭାରତରେ ପାଳନ କରାଯିବ । କର୍ମଚାରୀମାନଙ୍କୁ ଏହି ଉତ୍ସବରେ ଅଂଶଗ୍ରହଣ କରିବାକୁ ସକ୍ଷମ କରିବାକୁ ନିଷ୍ପତ୍ତି ନିଆଯାଇଛି ଯେ ଭାରତର ସମସ୍ତ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ, କେନ୍ଦ୍ରୀୟ ଅନୁଷ୍ଠାନ ଏବଂ କେନ୍ଦ୍ରୀୟ ଶିଳ୍ପ ପ୍ରତିଷ୍ଠାନ ୨୨ ଜାନୁୟାରୀ ଅଧାଦିନ ବନ୍ଦ ରହିବ ।

Related posts

ବୃଦ୍ଧି ପାଇଲା ବସ ଭଡା

mahabharatanews

ବାରକୋଟ ବ୍ଲକ କଦପଡ଼ା ସୋସାଇଟିର ପେକ୍ସ ସମ୍ପାଦକ ରାଉରକେଲା ଭିଜିଲାନ୍ସ ଦ୍ୱାରା ଗିରଫ

mahabharatanews

ଶିମିଳିପାଳ ଜଗିବ ଏଆଇ କ୍ୟାମେରା

mahabharatanews