ଓଡିଶାଵାଣିଜ୍ୟ

ବୃଦ୍ଧି ପାଇଲା ବସ ଭଡା

ଭୁବନେଶ୍ୱର : ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହୋଇଥିବା ବେଳେ ସାଧାରଣ ଲୋକଙ୍କୁ ଲାଗିଛି ଆଉ ଏକ ଝଟକା । ତୈଳ ଦର ବଢ଼ୁଥିବାରୁ ରାଜ୍ୟରେ ବସ୍ ଭଡ଼ା ବଢ଼ିଯାଇଛି । ମିଳିଥିବା ସୂଚନା ଅନୁସାରେ, ଅର୍ଡିନାରୀ ଭଡ଼ା କିଲୋମିଟର ପିଛା ୮୭ରୁ ୯୦ ପଇସା ବୃଦ୍ଧି ପାଇଛି । ଏକ୍ସପ୍ରେସ ଭଡ଼ା କିଲୋମିଟର ପିଛା ୯୧ରୁ ୯୪ ପଇସାକୁ ବୃଦ୍ଧି ପାଇଛି । ସେହିପରି ଡିଲକ୍ସ ଭଡ଼ା ୧ ଟଙ୍କା ୨୫ ପଇସାରୁ ୧ ଟଙ୍କା ୩୧ ପଇସାକୁ ବୃଦ୍ଧି ପାଇଛି । ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୫୩ ପଇସାରୁ ୧ ଟଙ୍କା ୫୯ ପଇସାକୁ ବୃଦ୍ଧି ପାଇଛି ।

୧୦ ଦିନରେ ଲଗାତର ୯ ମ ଥର ଲାଗି ବଢ଼ିଲା ତୈଳ ଦର । ୮୦ ପଇସା ଲେଖାଏଁ ବଢିଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୧୦୧.୮୧ ପଇସାରେ ପହଞ୍ଚିଥିବା ବେଳେ, ଡିଜେଲ ଦର ୯୩.୦୭ ହୋଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲର ଦର ୮୪ ପଇସା ଲେଖାଏଁ ବଢିଛି ।

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁଁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ବୃଦ୍ଧି ପାଉଛି । ଯାହାର ସିଧାସଳଖ ପ୍ରଭାବ ଜନସାଧାରଣଙ୍କ ପକେଟ୍ ଉପରେ ପଡ଼ିଛି । ଆଗକୁ ମଧ୍ୟ ପେଟ୍ରୋଲ ଓ ଡିଜେଲ୍ ଦର ଆହୁରି ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Related posts

କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ପକ୍ଷରୁ ବୃକ୍ଷରୋପଣ

mahabharatanews

ପାତ୍ରପଡ଼ା ‘ମୋ ବସ୍’ ଡିପୋରେ ଆନ୍ଦୋଳନ

mahabharatanews

ଗଣମାଧ୍ୟମ ପ୍ରତିନିଧିଙ୍କୁ ଗଞ୍ଜାମ ଜିଲ୍ଲାପାଳଙ୍କ ପରାମର୍ଶ

mahabharatanews