ମନୋରଞ୍ଜନ

୧୪ରେ ରିଲିଜ ହେବ କଙ୍ଗନାଙ୍କ ‘ଏମରଜେନ୍ସି’

(ମୁମ୍ବାଇ) : ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗର ଗୋଟିଏ ଦିନ ପରେ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କର ଆଗାମୀ ଚଳଚ୍ଚିତ୍ର ଏମରଜେନ୍ସି ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ତାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ଦେଖିବାକୁ ମିଳିଛି। କଙ୍ଗନା ରାନାୱତ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫିଲ୍ମର ନୂଆ ପୋଷ୍ଟରର ଝଲକ ଦେଖାଇଛନ୍ତି ଯେଉଁଥିରେ ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରି ଦେଖାଯାଉଛନ୍ତି। କଙ୍ଗନା ନିଜେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଲେଖିଛନ୍ତି।

‘ଏମରଜେନ୍ସି’ ଚଳିତ ବର୍ଷ ଜୁନରେ ପ୍ରେକ୍ଷାଳୟକୁ ଆସିବ। ଏହା ସହିତ କଙ୍ଗନା ରାନାୱତ ସୋସିଆଲ ମିଡିଆରେ ଫିଲ୍ମର ସର୍ବଶେଷ ପୋଷ୍ଟର ଶେୟାର କରିଛନ୍ତି, ଯେଉଁଥିରେ  ଫିଲ୍ମର ପୋଷ୍ଟର ଶେୟାର କରିବାବେଳେ ସେ କ୍ୟାପସନରେ ଲେଖିଛନ୍ତି, ଭାରତର ଅନ୍ଧକାର ସମୟର କାହାଣୀ ଖୁଲାସା ହେବାକୁ ଯାଉଛି। ଜୁନ ୧୪, ୨୦୨୪ରେ ପ୍ରେକ୍ଷାଳୟରେ ଏହି ମୁଭି ମୁକ୍ତିଲାଭ କରିବ। ଏହି ଇତିହାସର ସାକ୍ଷୀ ହୁଅନ୍ତୁ କାରଣ ସବୁଠାରୁ ଆକ୍ରମଣାତ୍ମକ ପ୍ରଧାନମନ୍ତ୍ରୀ ପ୍ରେକ୍ଷାଳୟରେ ଗର୍ଜିିବାକୁ ପ୍ରସ୍ତୁତ ।

Related posts

ଚନ୍ଦ୍ରଯାନ-୩ ସଫଳତା; ଖୁସି ଜାହିର କଲେ ବଲିଉଡ କଳାକାର

mahabharatanews

ରେକର୍ଡ କଲା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା -୨: ଦ ରୁଲ୍’ର ଟିଜର

mahabharatanews

ଚର୍ଚାରେ ଅମ୍ବାନୀଙ୍କ ବିବାହ ବାର୍ଷିକୀ କେକ୍ 

mahabharatanews